ଏକାସାଥିରେ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ

1 min read

ସୋନପୁର: ଏକାସାଥିରେ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ । ବାପାଙ୍କୁ ହସ୍ପିଟାଲ ନେଇଯାଇଥିଲା ପୁଅ । ହେଲେ ଦୁହେଁ ଶବ ହୋଇ ଫେରିଲେ ଘରକୁ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଛାତିଥରା ଦୃଶ୍ଯ । ବାପାଙ୍କ ଦେହ ଭଲ ନଥିବାରୁ ବଲାଙ୍ଗୀର ମେଡିକାଲ ନେଇଯାଇଥିଲା ପୁଅ । ସେଠାରେ ବାପାଙ୍କୁ ବେଡକୁ ନେଇ ଯାଉଥିବା ବେଳେ ପୁଅ ଆର୍ତ୍ତତ୍ରାଣ ଭଲ ଲାଗୁନି କହି ହଠାତ ବସିପଡ଼ିଥିଲେ । ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଅର ଏଭଳି ମୃତ୍ୟୁକୁ ସହ୍ୟ କରିନପାରି ଚାଲିଯାଇଥିଲା ବାପାଙ୍କ ପ୍ରାଣ । ବାପ ଓ ପୁଅଙ୍କ ମୃତଦେହ ତରଭା ସ୍ଥିତ ବସଭାବନକୁ ଅଣାଯାଇ ଏକା ସାଥିରେ ଦୁଇ ଜଣଙ୍କ ଶବସତ୍କାର କରାଯାଇଛି । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।