ବାପାର ଲୋମହର୍ଷକ କାଣ୍ଡ : ୩ ସନ୍ତାନଙ୍କୁ ହତ୍ୟା କରି ନିଜେ କଲା ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ : ତେଲଙ୍ଗନାର ନାଗରକୁର୍ନୁଲରେ ବାପାର ଲୋମହର୍ଷକ କାଣ୍ଡ। ୩ ସନ୍ତାନଙ୍କୁ ହତ୍ୟା କରିବା ସହ ମୃତଦେହ ଗୁଡିକୁ ଜାଳିଦେଲା ବାପା। ବୀଭତ୍ସ କାଣ୍ଡ ଘଟାଇବା ପରେ ସେ ଆତ୍ମହତ୍ୟା କରିଛି। ପାରିବାରିକ କାରଣରୁ ସେ ଏହି କାଣ୍ଡ ଘଟାଇଥିବା ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଗୁଟ୍ଟା ଫଭେଙ୍କଟଶ୍ବରଲୁ ନାମକ ଜଣେ ବ୍ୟକ୍ତି ଏକ ସାର ଦୋକାନ କରିଥିଲେ। ଗତ ଅଗଷ୍ଟ ୩୦ରେ ପତ୍ନୀଙ୍କ ସହ ସେ କଳହ କରିଥିଲେ। ପରେ ୩ ସନ୍ତାନଙ୍କ ସହ ସେ ବାଇକରେ ଘରୁ ଚାଲିଯାଇଥିଲା। ପିଲାମାନଙ୍କ ବୟସ ୪ରୁ ୮ ବର୍ଷ ମଧ୍ୟରେ ଥିଲା। ପରେ ସେ ଉପନୁଥାଲା ଅନ୍ତର୍ଗତ ସୂର୍ଯାତାନ୍ଦାଠାରେ ସେ ୩ ସନ୍ତାନଙ୍କୁ ହତ୍ୟା କରି ଜାଳିଦେଇଥିଲା। ହତ୍ୟାକାଣ୍ଡ ଘଟାଇ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲା। ୩ ସନ୍ତାନଙ୍କୁ ଧରି ବାଇକରେ ଯିବାର ସିସିଟିଭି ଫୁଟେଜ ମିଳିଛି। ଘଟଣାର ତଦନ୍ତ କରୁଛି ପୋଲିସ।