ହଜାରେ ଟଙ୍କା ନେଇଗଲା ବୋଲି ପୁଅକୁ ମାରିଦେଲା ବାପା

ଦେବଗଡ଼ : ହଜାରେ ଟଙ୍କା ନେଇଗଲା ବୋଲି ପୁଅକୁ ମାରିଦେଲା ବାପା । ଦେବଗଡ଼ ଥାନା କୁରୋଡ଼ ଗାଁରେ ନିର୍ମମ ହତ୍ୟା । ଶୋଇଥିବାବେଳେ ବାପାର ଟାଙ୍ଗିଆ ଚୋଟରେ ଯାଇଛି ପୁଅର ଜୀବନ । ମୃତକ ହେଲେ ୨୩ ବର୍ଷୀୟ ଅଶୋକ ବରାଇ ।

ସୂଚନା ଅନୁଯାୟୀ ଗତକାଲି ମୃତ ଅଶୋକ ବାପା ରଖିଥିବା ହଜାରେ ଟଙ୍କା ନେଇଥିଯାଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇଯାଇଥିଲା ଅଭିଯୁକ୍ତ ବାପା ନିରଞ୍ଜନ ବରାଇ । ପୁଅ ଶୋଇଥିବା ସମୟରେ ଟାଙ୍ଗିଆରେ ଆକ୍ରମଣ କରିଥିଲା ।

ଚିତ୍କାର ଶୁଣି ପଡୋଶୀ ଅଶୋକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ  । ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେବଗଡ଼ ପୋଲିସ ମାମଲା ରୁଜୁ କରି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି । ଘରକୁ ସିଲ କରିବା ସହ ଅଭିଯୁକ୍ତ ବାପାକୁ ଅଟକ ରଖିଛି ପୋଲିସ ।