ମାଆ କୋଳରୁ ଛଡ଼ାଇ ଆଣି ୨ ବର୍ଷର ଝିଅକୁ ହତ୍ୟା କଲା ବାପା

ଦେବଗଡ: ଝିଅକୁ କଚାଡ଼ି ମାରିଦେଲା ବାପା । ଦେବଗଡ଼ ଜିଲ୍ଲା ଲମ୍ବଡୁରାରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ କଳହର କରୁଣ ପରିଣତି । ମାଆ କୋଳରୁ ଛଡ଼ାଇଆଣି ୨ ବର୍ଷର ଝିଅକୁ ହତ୍ୟା କରିଛି ବାପା । ଅଭିଯୁକ୍ତ ବାପା ବିଜୁ କିଷାନଙ୍କୁ ଅଟକ ରଖିଛି ପୋଲିସ । ଅଭିଯୋଗ ଅନୁସାରେ ପତିପତ୍ନୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା ।

ସକାଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଳହ ଲାଗିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ କୋଳରୁ ଶିଶୁକନ୍ୟାକୁ ଭିଡିନେଇ କଚାଡ଼ି ଦେଇଥିଲା ସ୍ବାମୀ । ପଡୋଶୀଙ୍କ ସହାୟତାରେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ବାପାକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।