ଝିଅକୁ କାଟି ଖଣ୍ଡ ଖଣ୍ଡ କଲା ବାପା
ମୁମ୍ବାଇ: ଅନର କିଲିଙ୍ଗର ଶିକାର ହୋଇଛି ଆଉ ଏକ ଝିଅ । ଆଉ ତାକୁ ହତ୍ୟା କରିଛି ନିଜ ବାପ । ଯୋଉ ଝିଅ ଦିନେ ବାପର ଜୀବନ ଥିଲା ସେଇ ଝିଅକୁ କାଟି ଖଣ୍ଡ ଖଣ୍ଡ କରିଛି ବାପ । ମୁମ୍ବାଇର ଏହି ଘଟଣା ଏବେ ଲୋକଙ୍କ ଆଖିରୁ ଲୁହ ନିଗାଡ଼ୁଛି ।
ଘଟଣା ଘଟିଛି ତିତୱାଲାର ଇନ୍ଦିରା ନଗରଠାରେ । ଅଭିଯୁକ୍ତ ବାପା ଅରବିନ୍ଦ ତିୱାରିଙ୍କ ଝିଅ ପ୍ରିନ୍ସି ଏକ ପୁଅକୁ ଭଲ ପାଉଥିଲେ ଆଉ ତାଙ୍କୁ ବିବାହ କରିବାକୁ ଚାହିଁଥିଲେ । କିନ୍ତୁ ପୁଅ ମୁସଲମାନ ସମ୍ପ୍ରଦାୟର ହୋଇଥିବାରୁ ଅରବିନ୍ଦ ଅରାଜି ଥିଲେ । କିନ୍ତୁ ଝିଅ ସେଇଠି ବିବାହ କରିବାକୁ ଜିଦ୍ ଧରିବାରୁ ଅରବିନ୍ଦ କ୍ରୋଧ ନିୟନ୍ତ୍ରଣ କରି ନପାରି ଶେଷରେ ଝିଅକୁ ହତ୍ୟା କରିଥିଲେ । ଝିଅକୁ ମାରିଦେବା ପରେ ସେ ତାକୁ ଖଣ୍ଡ ଖଣ୍ଡ କରି କାଟି ଏକ ସୁଟ୍କେସ୍ରେ ଭର୍ତ୍ତିକରି କିଛିବାଟ ଅଟୋରେ ନେଇ ଏକ ଅଜଣା ଜାଗାରେ ଫିଙ୍ଗି ଦେଇଥିଲେ । ପରେ ଅଟୋ ଚାଳକଙ୍କ ସାହାଯ୍ୟରେ ଖବର ସାମ୍ନାକୁ ଆସିବା ପରେ ରାତିସାରା ଟ୍ରାକ୍ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।