ଅପେକ୍ଷା କରିଥିଲେ ପୁଅ ମୃତ୍ୟୁର କେସ ଶୁଣାଣି ପାଇଁ, ହେଲେ ପୁଅ ଡାକିନେଲା ପାଖକୁ

ଗଞ୍ଜାମ: ଅପେକ୍ଷା କରିଥିଲେ ନିଜ ପୁଅ ମୃତ୍ୟୁର କେସ ଶୁଣାଣି ପାଇଁ । ହେଲେ ଶୁଣାଣି ପୂର୍ବରୁ ଉପରୁ ଆସିଲା ଡ଼ାକରା । ଏମିତି ଡ଼ାକରା ଯାହା ସବୁଦିନ ପାଇଁ ଆରପାରିକୁ ନେଇଯାଏ । ‘ମୃତ୍ୟୁ’ କେତେବେଳେ ଆଉ କେମିତି ଆସେ ତାହା ସମସ୍ତଙ୍କୁ ଅଜଣା । ଆସେ ଆଉ ନେଇଯାଏ ଚିରଦିନ ପାଇଁ । ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ବ୍ରହ୍ମପୁର କୋର୍ଟ ପରିସରରେ ଘଟିଛି ଅଭାବନୀୟ ଘଟଣା । ମୃତ୍ୟୁ କିପରି ହଟାତ ଆସେ ତାହା ଦେଖିବାକୁ ମିଳିଛି । କୋର୍ଟ ବାହାରେ ବସିଥିବା ବେଳେ ହଠତ ମୃତ୍ୟୁ ହୋଇଛି । ମୃତକ ହେଛନ୍ତି ଖଜୁରୀଆ ଗ୍ରାମର ସୁକୁରୁ ନାୟକ ।

ସୂଚନା ଅନୁଯାୟୀ, ସୁକୁରୁ ନାୟକ ନିଜ ପୁଅର ଦୁର୍ଘଟଣା ଜନିତ ମୃତ୍ୟୁ ର ଶୁଣାଣି ପାଇଁ କୋର୍ଟ ଆସିଥିଲେ । ଶୁକୁରୁଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ସେ ଆଜି ତାଙ୍କ ପତ୍ନୀଙ୍କ ସହ ମିଶି ଗଞ୍ଜାମ ଓକିଲ ସଂଘର ଜଣେ ଆଇନଜୀବିଙ୍କୁ ଭେଟିବାକୁ କୋର୍ଟକୁ ଆସିଥିଲେ । ଆଇନଜୀବୀଙ୍କୁ ଅପେକ୍ଷା କରି କୋର୍ଟ ପରିସରରେ ଥିବା ବର ଗଛ ମୂଳେ ବସିଥିଲେ । ଏହି ସମୟରେ ହଟାତ ପତ୍ନୀଙ୍କ ନିକଟରେହିଁ ଟଳି ପଡ଼ିଥିଲେ । ଯାହାପରେ ଘଟଣା ସ୍ଥଳରେହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ୧୦୮ ଆମ୍ବୁଲାନ୍ସରେ ମୃତ ସୁକୁରୁଙ୍କୁ ବଡ଼ ମେଡିକାଲ ନିଆଯିବା ପରେ ହୃଦଘାତ ରେ ଶୁକୁରୁଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

Leave a Reply