ଦିଲ୍ଲୀରେ ଚାଞ୍ଚଲ୍ୟ: ଆତ୍ମହତ୍ୟା କଲେ ବାପା ସହ ୪ ଦିବ୍ୟାଙ୍ଗ ଝିଅ !

ନୂଆଦିଲ୍ଲୀ: ଦିଲ୍ଲୀର ରଙ୍ଗପୁରୀ ଅଞ୍ଚଳରେ ଚାଞ୍ଚଲ୍ୟ। ପିତାଙ୍କ ସହ ୪ ଦିବ୍ୟାଙ୍ଗ ଝିଅଙ୍କ ଆତ୍ମହତ୍ୟା। ଏକ ଭଡାଘରୁ ବାପା ଏବଂ ୪ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ, ବିହାରର ୫୦ ବର୍ଷୀୟ ହୀରାଲାଲ ତାଙ୍କ ପରିବାର ସହ ଦିଲ୍ଲୀ ରଙ୍ଗପୁରୀ ଗାଁରେ ଏକ ଭଡାଘରେ ରହୁଥିଲେ। ସେଠାରେ ହୀରାଲାଲ ରଙ୍ଗମିସ୍ତ୍ରୀ କାମ କରନ୍ତି । ଗୋଟେ ବର୍ଷ ପୂର୍ବେ କ୍ୟାନ୍ସରରେ ତାଙ୍କ ସ୍ତ୍ରୀ ମୃତ୍ୟୁବରଣ କରିଥିଲେ । ତାଙ୍କ ପରିବାରରେ ୧୮ ବର୍ଷର ଝିଅ ନିତୁ, ୧୫ ବର୍ଷର ଝିଅ ନିଶି, ୧୦ ବର୍ଷର ଝିଅ ନିରୁ ଏବଂ ୮ ବର୍ଷର ଝିଅ ନିଧି ସହ ରହୁଥିଲେ । ଝିଅମାନେ ଦିବ୍ୟାଙ୍ଗ ହେବା ଯୋଗୁଁ ଚଲାବୁଲା କରିବାରେ ଅସମର୍ଥ ଥିଲେ ଯାହାକୁ ନେଇ ହୀରାଲାଲ ସବୁବେଳେ ଚିନ୍ତାରେ ରହୁଥିଲେ ।

ସ୍ତ୍ରୀର ମୃତ୍ୟୁ ପରେ ହୀରାଲାଲ ଭାଙ୍ଗିପଡିଥିଲେ । ଏହାପରେ ପିଲାଙ୍କର ସମସ୍ତ ଦାୟୀତ୍ୱ ହୀରାଲାଲଙ୍କ ଉପରକୁ ଆସିଥିଲା । ଏବଂ ରୋଜଗାର କରି ପରିବାର ଚଳାଇବା ହୀରାଲାଲଙ୍କ ପକ୍ଷରେ ଅସମ୍ଭବ ହୋଇପଡିଥିଲା । ଯାହାକୁ ନେଇ ହୀରାଲାଲ ଆତ୍ମହତ୍ୟା କରିବାର ଚରମ ନିଷ୍ପତ୍ତି ନେଇଥିଲେ । ହାରୀଲାଲ ତାଙ୍କ ୪ ଝିଅଙ୍କ ସହ ବିଷ ପିଇ ଆତ୍ମହତ୍ୟା କରିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି ।