ନିଜ ଇଚ୍ଛାରେ ପ୍ରେମ ବିବାହ କରିବାକୁ ଚାହୁଁଥିଲା ଝିଅ, ଦାଆରେ ହାତର ୪ ଆଙ୍ଗୁଠି କାଟିଦେଲେ ବାପା-ଭାଇ

1 min read

ନୂଆଦିଲ୍ଲୀ: ଭାରତୀୟ ଆଇନ ମୁତାବକୁ ପୁଅକୁ ୨୧ ବର୍ଷ ଏବଂ ଝିଅକୁ ୧୮ ବର୍ଷ ହୋଇଥିଲେ ସେମାନେ ନିଜ ଇଚ୍ଛାରେ ବିବାହ କରିପାରିବେ । ଏଥିରେ ଯିଏ ବାଧା ଦେବ ତାଙ୍କ ପାଇଁ ଦଣ୍ଡ ବିଧାନ ରହିଛି । ସେ ତୁମ ବାପା ମାଆ ହୋଇଥିଲେ ମଧ୍ୟ ତୁମକୁ ବାଧ୍ୟ କରି ତୁମ ଇଚ୍ଛା ବିନା ବିବାହ କରିପାରିବେ ନାହିଁ । ଏମିତି କଲେ ଆଇନ ତାର କାର୍ଯ୍ୟ କରିବ ।  କିନ୍ତୁ କର୍ଣ୍ଣାଟକର ଚାମରାଜନଗରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଝିଅର ପ୍ରେମକୁ ବାପା ଏବଂ ଭାଇର କଠୋର ବିରୋଧ । ବିରୋଧ କରି ନିଜ ଝିଅ ଉପରେ ନୃଶଂସ ଭାବେ ଆକ୍ରମଣ । ରାକ୍ଷୀ ବନ୍ଧା ହାତ ଭୁଲିଗଲା ରାକ୍ଷୀ ବାନ୍ଧିଥିବା ଭଉଣୀକୁ । ବାପା-ଭାଇ ମିସି ହାଣିଦେଲେ ଝିଅର ୪ ଆଙ୍ଗୁଠି । ଏଭଳି ଏକ ଘଟଣା କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାରେ ଦେଖିବାକୁ ମିଳିଛି । ଝିଅର ନାଁ ଧନଲକ୍ଷ୍ମୀ ହୋଇଥିବା ବେଳେ ପ୍ରେମିର ନା ସତ୍ୟା । ଝିଅ ବାପାର ନାଁ ଶିବସ୍ୱାମୀ ଏବଂ ଭାଇର ନାଁ ହେଉଛି ମହେନ୍ଦ୍ର । ପୋଲିସ ଖବର ପାଇବା ପରେ ଦୁଇଜଣଙ୍କୁ ଗିରଫ କରିବା ସହ ଝିଅକୁ ଡାକ୍ତରଖାକୁ ପଠାଇଛି ।

ସୂଚନା ଅନୁଯାୟୀ,  ଧନଲକ୍ଷ୍ମୀ ପ୍ରେମ ବିବାହ କରିବାକୁ ଚାହୁଁଥିଲେ । ଦୀର୍ଘ ୨ ବର୍ଷ ପ୍ରେମ ପରେ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହାକୁ ତାଙ୍କ ବାପା-ମାଆ କଠୋର ବିରୋଧ କରୁଥିଲେ । ଧନଲକ୍ଷ୍ମୀଙ୍କୁ ବାରମ୍ବାର ବୁଝାଇଲା ପରେ ମଧ୍ୟ ସେ ତାଙ୍କ କଥା ଶୁଣୁନଥିଲେ । ଏକ ମେଡିକାଲ ଷ୍ଟୋର ସାମ୍ନାରେ ଦେଖା ହେବା ପରେ ବାପା, ଭାଇଁ ଏବଂ ଝିଅ ମଧ୍ୟରେ ଯୋରଦାର ଝଗଡ଼ା ହୋଇଥିଲା ।

ଏହା ପରେ ଧନଲକ୍ଷ୍ମୀଙ୍କ ପିତା ଶିବସ୍ୱାମୀ ଏବଂ ତାଙ୍କ ଭାଇ ମହେନ୍ଦ୍ର ତାଙ୍କୁ ଦାଆରେ ଆକ୍ରମଣ କରିଥିଲେ । ଧନଲକ୍ଷ୍ମୀଙ୍କୁ ଧରି ବାମ ହାତର ଚାରି ଆଙ୍ଗୁଠି କାଟି ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ଏହି ଦମ୍ପତି ହାରି ଯାଇନାହାନ୍ତି । ଆଗକୁ ଯାଇ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ୭ ରେ ସେମାନଙ୍କର ବିବାହ ତାରିଖ ସ୍ଥିର କରିଛନ୍ତି ।

Leave a Reply