ବାପାର ବୋମାମାଡ଼ରେ ସାନ ପୁଅ ମୃତ

ନନ୍ଦିଘୋଷ ବ୍ୟୁରୋ: ପାରିବାରିକ କଳହରୁ ବୀଭତ୍ସ ହତ୍ଯା। ବାପାର ବୋମାମାଡ଼ରେ ସାନ ପୁଅ ମୃତ । ବାଣପୁର ଭବାନୀପୁର ପଞ୍ଚାୟତ ଶାନ୍ତି ନଗରରେ ଘଟିଛି ଅଭାବନୀୟ ଘଟଣା । ସମ୍ପତ୍ତି ବିବାଦକୁ ନେଇ ସାନ ପୁଅକୁ ବୋମାମାରି ହତ୍ଯା କରିଛି ବାପା । ମୃତକ ହେଲେ ସାନପୁଅ ଦିବ୍ୟସିଂହ ରାଉତରାୟ । ବାପା ସଠ ରାଉତରାୟ ବୋମାମାଡ଼ କରିଥିବା ବଡ଼ ପୁଅ ସୁବାସ ରାଉତରାୟଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ମାମଲାରେ ବାପା ସଠ ରାଉତରାୟ ଓ ବଡ଼ ପୁଅ ସୁବାସ ରାଉତରାୟଙ୍କୁ ପୋଲିସ ଅଟକ ରଖିଛି । ଘଟଣାସ୍ଥଳରୁ ବନ୍ଧୁକ ଜବତ କରି ତଦନ୍ତ ଜାରି ରଖିଛି ।