ଶିଶୁକନ୍ୟାକୁ ନିର୍ଯାତନା ଦେଇ ସାବତ ମାଆ ସହ ବାପା ଗିରଫ

Father And Step Mother Arrested For Torturing Girl Child

ଭୁବନେଶ୍ୱର: ମରିଗଲା ସବୁ ମମତା । ବାପା ସହ ମିଶି ଶିଶୁକନ୍ୟାକୁ ନିର୍ଯାତନା ଦେଲା ସାବତ ମାଆ । ବାଲିପାଟଣା ଅଞ୍ଚଳରେ ନାବାଳିକାଙ୍କୁ ନିର୍ଯାତନା ଦେଉଥିବା ବାପା ଓ ସାବତ ମାଆ ଗିରଫ ହେଉଛନ୍ତି । ନାବାଳିକା ଝିଅକୁ ମାଡ଼ ମାରିବା ସହ ଗରମ ପାଣିରେ ହାତ ବୁଡ଼ାଇ ଦେବା ସହ ଲଙ୍କା ଗୁଣ୍ଡ ବୋଳି ଦେଇଥିଲେ ଝିଅର ବାପା । ଏପରିକି ଉଭୟେ ଶିଶୁଟିକୁ ଖାଇବାକୁ ପିଇବାକୁ ନଦେଇ ଅପପୁଷ୍ଟିକର ଅବସ୍ଥାରେ ରଖିଥିଲେ ।

Father And Step Mother Arrested For Torturing Girl Child

ଏହା କିଛି ସମାଜସେବୀଙ୍କ ଦୃଷ୍ଟିକୁ ଆସିବା ପରେ ଗତକାଲି ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚାଇଲ୍ଡଲାଇନ୍ ପକ୍ଷରୁ ଡାକ୍ତରଖାନାରେ ସମସ୍ତ ଆବଶ୍ୟକୀୟ ଯତ୍ନ, ଔଷଧ ଏବଂ ଖାଦ୍ୟ ଯୋଗାଇ ଦେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଜି ଅଭିଯୁକ୍ତ ବାପା ସହ ସାବତ ମାଆଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରିଛି ପୋଲିସ । ଏନେଇ ଶିଶୁଟିର ଜେଜେ ବାପା ଥାନାରେ ଅଭିଯୋଗ ଆଣିଥିଲେ ।

ଏଥିସହ ପଢ଼ନ୍ତୁ: କୁନି ପୁଅକୁ ବଞ୍ଚାଇବାକୁ ଯାଇ ସର୍ପାଘାତରେ ମାଆର ମୃତ୍ୟୁ

Leave a Reply