ପାକିସ୍ତାନକୁ ଝଟ୍‌କା: ଗ୍ରେ’ ତାଲିକାରେ ଇସ୍‌ଲାମାବାଦ୍

1 min read

ନୂଆଦିଲ୍ଲୀ: ପାକିସ୍ତାନକୁ ପୁଣି ଝଟ୍‌କା । ଆତଙ୍କୀ ଫଣ୍ଡ ଉପରେ ନଜର ରଖୁଥିବା ସଂସ୍ଥା FATF ନଜରରେ ପାକିସ୍ତାନର ଭାବମୂର୍ତ୍ତିରେ କୌଣସି ପରିବର୍ତ୍ତନ ହୋଇନି । ପୂର୍ବରୁ ଗ୍ରେ’ ତାଲିକାରେ ବଳବତ୍ତର ରହିଛି ଇସ୍‌ଲାମାବାଦ୍‌ । ଗ୍ରେ’ ତାଲିକାକୁ ବାହାରିବାକୁ ପାକିସ୍ତାନ ଦୀର୍ଘଦିନ ଧରି ଚଳାଇଥିବା ପ୍ରଚେଷ୍ଟା ବିଫଳ ହୋଇଛି । FATFର ୨୭ଟି ଆକ୍ସନ ପ୍ଲାନ୍ ମଧ୍ୟରୁ ୩ଟି  ପୂରା କରିବାକୁ ବିଫଳ ହେବା ପରେ ପାକିସ୍ତାନକୁ ପୁଣି ଗ୍ରେ‘ ଲିଷ୍ଟ ରଖାଯାଇଛି । ଟେରର ଫଣ୍ଡିଂକୁ ନେଇ ପାକିସ୍ତାନ କେତେକ ପଦକ୍ଷେପ ନେଇଛି । କିନ୍ତୁ ଆତଙ୍କବାଦୀ ଓ ସହଯୋଗୀମାନଙ୍କୁ ପାକିସ୍ତାନ ସାମଗ୍ରୀ ସହ ଫଣ୍ଡ ଯୋଗାଇବାର ପ୍ରମାଣ ରହିଛି । ତେଣୁ ଏବେ ପାକିସ୍ତାନ କଡ଼ା ନଜରରେ ରହିବ ବୋଲି କହିଛନ୍ତି FATF ମୁଖ୍ୟ ମାର୍କ୍ସ ପ୍ଲିୟର । ଗତ ଅକ୍ଟୋବରରେ ବସିଥିବା FATF ବୈଠକରେ ୬ଟି ଆକ୍ସନ ପ୍ଲାନ୍ ପୁରା କରି ନ ପାରିବାରୁ ପାକିସ୍ତାନକୁ ଗ୍ରେ‘ ତାଲିକାରେ ବଳବତ୍ତର ରହିଥିଲା । ସେପଟେ ଗ୍ରା’ ତାଲିକାରୁ ବାହାରିବାକୁ ହେଲେ ୨୦୨୧ ଜୁନ୍‌ ସୁଦ୍ଧା FATF ର ୨୭ଟି ଯାକ ଆକ୍ସନ ପ୍ଲାନ୍‌କୁ ପୁରା କରିବାକୁ ପାକିସ୍ତାନକୁ ସମୟ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଭାରତୀୟ ବ୍ୟବସାୟୀ ସଂଘର ବନ୍ଦ ଡାକରା: ଗାଡ଼ି ଚଳାଚଳ ଉପରେ କଟକଣା ନାହିଁ

 

Leave a Reply