ଫାସଟ୍ୟାଗକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଆଶୁଛି କି ? ତାହାଲେ ଏଠାରେ ଉତ୍ତର ପଢ଼ନ୍ତୁ

1 min read
fastag-know-answers-to-some-questions-related-its

ନୂଆଦିଲ୍ଲୀ: ବର୍ତ୍ତମାନ କାରରେ ଯାତ୍ରା କରିବା ସମୟରେ ସମସ୍ତଙ୍କ ପାଇଁ ଫାସଟ୍ୟାଗ୍ ବାଧ୍ୟତାମୂଳକ। ଟୋଲ ଉପରେ ନଗଦ ଦେୟ ବନ୍ଦ ହେବା ପରେ, ବର୍ତ୍ତମାନ ପ୍ରତ୍ୟେକ ଗାଡ଼ିର ଆଗ ଗ୍ଲାସରେ ଲାଗିଥିବା ଏହି କାର୍ଡ ହେଉଛି ସଡକ ଟ୍ୟାକ୍ସ ଦେବାର ମୁଖ୍ୟ ଉପକରଣ। ତେବେ ଏବେ ପର୍ଯ୍ୟନ୍ତ ଫାସଟ୍ୟାଗ୍‌କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଅସମାହିତ ହୋଇ ରହିଛି। ଉଦାହରଣ ସ୍ୱରୂପ, ଏହାକୁ କିପରି ରିଚାର୍ଜ କରାଯିବ ଏବଂ ଯଦି କାରରେ ଫାସଟ୍ୟାଗ୍‌ ନାହିଁ ତେବେ କ’ଣ ହେବ ?

ଆପଣଙ୍କ ମନରେ ଥିବା ପ୍ରଶ୍ନର ସମାଧାନ ପୂର୍ବରୁ ପ୍ରଥମେ ଜାଣିବା ଏହି ଫାସଟ୍ୟାଗ୍ କ’ଣ ? ଏହା ଏକ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ଟେକ୍‌ନିକ, ଯାହା ଜାତୀୟ ରାଜପଥର ଟୋଲ୍ ପ୍ଲାଜାରେ କାମରେ ଆସେ। ଟୋଲ୍ ପ୍ଲାଜାରେ ଥିବା ସେନ୍ସରଗୁଡ଼ିକ ଏହାକୁ ସ୍କାନ୍ କରି ଆକାଉଣ୍ଟରୁ ନିର୍ଦ୍ଦିଷ୍ଟ ପରିମାଣ ରୋଡ ଟ୍ୟାକ୍ସ ନେଇଥାଏ। ଏହି ଡିଭାଇସ୍‌ରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ ଟେକ୍ନୋଲୋଜିକୁ ବ୍ୟବହାର କରାଯାଇଛି । ଯାହାକି ବହୁତ ଶକ୍ତିଶାଳୀ।

ତେବେ ଏହି ଫାସଟାଗ ଆପଣ କେମିତି ପାଇବେ ବୋଲି ଭାବୁଥିବେ। ଆପଣ ପେଟିଏମ୍ କିମ୍ବା ଆପଣଙ୍କ ବ୍ୟାଙ୍କ୍‌ ସହିତ ଯୋଗାଯୋଗ କରି ଘରୁ ଆପଣଙ୍କ ଫାସଟ୍ୟାଗ୍‌ ପାଇପାରିବେ। ଯଦି ଆପଣ ଏହା କରିବାକୁ ଚାହୁଁନାହାଁନ୍ତି, ତେବେ ଯେକୌଣସି ଟୋଲରେ ଆପଣ ଆପଣଙ୍କର RC ଏବଂ ମୋବାଇଲ୍ ନମ୍ବର ଉପରେ ଆଧାର କରି ଫାସଟ୍ୟାଗ୍‌ ପାଇପାରିବେ, ଯାହା ତୁରନ୍ତ କାମ ଆରମ୍ଭ କରେ।

ଫାସଟ୍ୟାଗ୍‌ରେ ଆପଣଙ୍କୁ ମୋବାଇଲ ଭଳି ରିଚାର୍ଜ କରିବାକୁ ପଡ଼ିବ ନାହିଁ। କାରଣ ଏହା ସିଧାସଳଖ ଆପଣଙ୍କ ଆକାଉଣ୍ଟ ସହିତ ଲିଙ୍କ ଥିବାରୁ ସେଥିରୁ ଟଙ୍କା କଟିଥାଏ। ପ୍ରତ୍ୟେକ ଥର ଟୋଲ ଅତିକ୍ରମ କରିବା ସମୟରେ ଫାସଟ୍ୟାଗ୍‌କୁ ସ୍କାନ କରି ଟଙ୍କା କଟାଯାଇଥାଏ। ଯଦି ଆପଣଙ୍କୁ ଫାସଟାଗ ପେଟିଏମ୍ କିମ୍ବା ଗୁଗୁଲ୍ ପେ ଇତ୍ୟାଦି ସହିତ ରିଚାର୍ଜ କରିବାକୁ ପଡିବ ତେବେ ୱାଲେଟରେ ଉପଲବ୍ଧ ବାଲାନ୍ସ ରହିବା ଉଚିତ, ନଚେତ୍ କାର୍ଡ କାମ କରିବ ନାହିଁ।

ଆମେ ଆପଣଙ୍କୁ କହିଦେବାକୁ ଚାହୁଁକି ଗୋଟିଏ ଫାସଟ୍ୟାଗ୍ କେବଳ ଗୋଟିଏ ଗାଡିରେ ହିଁ କାମ କରିପାରିବ। ପଞ୍ଜିକୃତ ହୋଇଥିବା ଫାଷ୍ଟଟ୍ୟାଗକୁ ଅନ୍ୟ ଗାଡ଼ିରେ ଆପଣ ବ୍ୟବହାର କରିପାରିବେ ନାହିଁ । ଯଦି ଆପଣଙ୍କର ଫାସଟ୍ୟାଗ୍‌ କେଉଁଠି ହଜିଯାଏ ତେବେ ଆପଣ ଦ୍ୱିତୀୟ ଫାସଟ୍ୟାଗ୍‌ ନେଇପାରିବେ । ଏବଂ ଦ୍ୱିତୀୟ ଫାସଟ୍ୟାଗ୍ ସକ୍ରିୟ ହେବା ମାତ୍ରେ ପ୍ରଥମଟି ସ୍ୱୟଂଚାଳିତ ଭାବରେ ନିଷ୍କ୍ରିୟ ହୋଇଯିବ।

ଯଦି ଆପଣଙ୍କର କାରରେ ଫାସଟ୍ୟାଗ୍ ନାହିଁ, ତେବେ ଆପଣଙ୍କୁ ଅଧିକ ଜରିମାନା ଦେବାକୁ ପଡ଼ିବ । ତେଣୁ ମନେରଖନ୍ତୁ ଯେ ଫାସଟ୍ୟାଗ୍ ବିନା ରାଜପଥରେ ଯିବା ଆପଣଙ୍କ ପକେଟ ଉପରେ ଭାରି ପଡିପାରେ ।

Leave a Reply