ନବାବଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ କାସିଫ, ‘ସେକ୍ସ କି ଡ୍ରଗ୍ସ ରାକେଟ୍ ସହ ନାହିଁ ସମ୍ପର୍କ’

Fashion TV India MD Kashif Khan On Mumbai Cruise Drugs Case

ମୁମ୍ବାଇ: ମଝି ସମୁଦ୍ରରେ କ୍ରୁଜରେ ଡ୍ରଗ୍ସ ମାମଲା ନୂଆ ମୋଡ଼ ନେଉଛି । ଅଭିଯୋଗର ଫର୍ଦ୍ଦ ଲମ୍ବି ଲମ୍ବି ଚାଲୁଥିବା ବେଳେ ଏନସିବିର ତଦନ୍ତ ଉପରେ ପ୍ରଶ୍ନ ବଢ଼ୁଛି । ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଫ୍ୟାସନ ଟିଭିର ଭାରତ ମୁଖ୍ୟ କାସିଫ୍ ଖାନଙ୍କୁ କାଠଗଡ଼ାକୁ ଟାଣିଛନ୍ତି । ଆସିଫ୍ ସେକ୍ସ ଓ ଡ୍ରଗ୍ସ ରାକେଟ ଚଳାଉଥିବା ନବାବ ମଲିକ ଅଭିଯୋଗ କରିବା ପରେ କାସିଫ୍ ସମସ୍ତ ଅଭିଯୋଗକୁ ମିଛ ବୋଲି କହିଛନ୍ତି ।

କାସିଫ୍ ଖାନ କହିଛନ୍ତି, କ୍ରୁଜରେ ଆୟୋଜିତ ଉକ୍ତ ଇଭେଣ୍ଟର ଏକ ପ୍ରାୟୋଜକ ଭାବେ ଫ୍ୟାସନ ଟିଭି ଇଣ୍ଡିଆ ସାମିଲ୍ ହୋଇଥିଲା । ସେ ନିଜେ ଟିକେଟ୍ ନେଇ କ୍ରୁଜକୁ ଯାଇଥିଲେ । କ୍ରେଡିଟ୍ କାର୍ଡ ଯୋଗେ ରୁମ୍ ଓ ଖାଇବା ପିଇବା ଟଙ୍କା ଜମା କରିଥିବା କହିଛନ୍ତି କାସିଫ୍ । ଏସବୁର ପ୍ରମାଣ ତାଙ୍କ ପାଖରେ ଥିବା କାସିଫ୍ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ନବାବ ମଲିକଙ୍କ ଅଭିଯୋଗ, ‘ସେକ୍ସ ରାକେଟ ଚଳାଉଛନ୍ତି ଫ୍ୟାସନ ଟିଭିର ମୁଖ୍ୟ’

ନବାବ ମଲିକଙ୍କ ଅଭିଯୋଗ ଶୁଣି ସେ ସ୍ତବ୍ଧ ହୋଇ ଯାଇଥିବା କହିଛନ୍ତି କାସିଫ୍ । ସେ ମନ୍ତ୍ରୀ, ସେ ଜଣେ ଶକ୍ତିଶାଳୀ ବ୍ୟକ୍ତି । ମୁଁ ତାଙ୍କୁ ସମ୍ମାନ ଦିଏ । ନବାବ କରିଥିବା ଅଭିଯୋଗକୁ ନେଇ କାସିଫ୍ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସମସ୍ତ ତଥ୍ୟ ଯାଞ୍ଚ କରିବା ପରେ ମନ୍ତ୍ରୀ କୁହନ୍ତୁ ବୋଲି କହିଛନ୍ତି କାସିଫ୍ । ଆର୍ୟନଙ୍କୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ସେ କ୍ରୁଜରେ ଆର୍ୟନଙ୍କୁ ଦେଖିନାହାଁନ୍ତି ।

ସେହିଭଳି ସମୀର ୱାଙ୍ଖଡେଙ୍କ ସହ କାସିଫ୍ କେବେ ମିଶି ନଥିବା କହିଛନ୍ତି । ଏପରିକି ୱାଙ୍ଖଡେଙ୍କ ସହ କେବେ କଥା ହୋଇନଥିବା କହିଛନ୍ତି । ସେ କୌଣସି ପ୍ରକାର ତଦନ୍ତର ସମ୍ମୁଖିନ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ତେବେ ଡ୍ରଗ୍ସ ପାର୍ଟି ନେଇ ସେ କିଛି ଜାଣିନଥିବା କହିଛନ୍ତି କାସିଫ୍ ।

Leave a Reply