ମଉଳୁଛି ବିରୋଧି ମେଣ୍ଟର ଆଶା, ରାଷ୍ଟ୍ରପତି ହେବାକୁ ଫାରୁକ ଅବଦୁଲ୍ଲା ଆଶାୟୀ

ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ । ବିରୋଧୀ ମେଣ୍ଟକୁ ପୁଣି ଧକ୍କା । ମିଳିତ ପ୍ରାର୍ଥୀ ହେବାକୁ ଅଗ୍ରାହ୍ୟ କରିଛନ୍ତି ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା । ଏନସିପି ନେତା ଶରଦ ପାଓ୍ବାର ପ୍ରଥମେ ଅଗ୍ରାହ୍ୟ କରିବା ପରେ ଫାରୁକ ବି ସମାନ ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ଧରି ଯେଉଁମାନଙ୍କୁ ନେଇ ବିରୋଧୀ ଦଳ ମେଣ୍ଟ ରାଷ୍ଟ୍ରପତି ପ୍ରାର୍ଥୀ କରିବ ବୋଲି ଆଶା କରିଥିଲା ସେହି ନେତାମାନେ ଜଣକ ପରେ ଜଣେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିବାରେ ଲାଗିଛନ୍ତି ।

ସେ କହିଛନ୍ତି ତାଙ୍କ ନାମକୁ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରସ୍ତାବ ଦେଇଥିଲେ । ମାତ୍ର ସେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି । ଜାମ୍ମୁ ଓ କାଶ୍ମୀରରେ ବର୍ତ୍ତମାନ ଜଟିଳ ପରିସ୍ଥିତି ଜାରି ରହିଥିବାରୁ ସେ ସେଠାରେ ରହିବେ । ରାଷ୍ଟ୍ରପତି ନିର୍ବାଚନରୁ ସେ ଦୂରେଇ ରହିବେ । ଆସନ୍ତା ୨୧ ତାରିଖରେ ପ୍ରାର୍ଥୀ ଚୟନ ନେଇ ବିରୋଧୀ ଦଳ ବୈଠକ କରିବାକୁ ଯାଉଥିବାବେଳେ ଅବଦୁଲ୍ଲାଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ନିରାଶ କରିଛି ।