ପାଣି ଅଭାବରୁ ଅଧାରେ ପଡ଼ିଛି ଚାଷକାମ: ଚିନ୍ତାରେ ହାତ ବାନ୍ଧି ବସିଛନ୍ତି ଚାଷୀ

ଆରଡ଼ି: ପାଣି ଅଭାବରୁ ଅଧାରେ ପଡ଼ିଛି ଚାଷକାମ । ଶ୍ରାବଣ ମାସରେ ବି ବର୍ଷାର ଦେଖାନାହିଁ । ଚଳିତବର୍ଷ ଠିକ୍ ସମୟରେ ମୌସୁମୀ ଆସିଥିଲା, ଫଳରେ ଭଲ ଚାଷର ଆଶା ରଖିଥିଲେ ଚାଷୀ । ହେଲେ ଏବେ ପାଣି ଅଭାବରୁ ଚାଷଜମି ଫାଟି ଆଁ କଲାଣି । ଭଦ୍ରକ ଚାନ୍ଦବାଲି ବ୍ଲକରେ ପାଣି ଅଭାବ ଚାଷୀଙ୍କ ଚିନ୍ତା ବଢାଇଛି ।

ଆଷାଢ ଯାଇ ଶ୍ରାବଣ ହେଲାଣି ହେଲେ ବର୍ଷାର ଦେଖା ନାହିଁ  । ସଠିକ୍ ପରିମାଣରେ ବର୍ଷା ନହେବାରୁ ଏବେ ଅଧାରେ ପଡ଼ିରହିଛି ଚାଷ କାମ  । ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି  । ଭଦ୍ରକ ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ତେନ୍ତୁଳିଡିହ, ଓଳଗ, ସୁନାଦରପୁର, ମାଧପୁର, ଭୂଇଁବୃତି ଆଦି ସ୍ଥାନରେ ସମାନ ଅବସ୍ଥା ଦେଖିବାକୁ ମିଳିଛି  । ବର୍ତ୍ତମାନ ଧାନତଳି ରୋପଣ ହେବା କଥା,  ହେଲେ ଚାଷଜମିରେ ପାଣି ନଥିବାରୁ ତଳି ରୋପଣ କରିନପାରି ହାତବାନ୍ଧି ବସିଛନ୍ତି ଚାଷୀ  ।

କିଛି ସ୍ଥାନରେ ଚାଷୀ ମଟର ପମ୍ପ ସାହାଯ୍ୟରେ ତ ଆଉ କିଏ ପାଣି ଟେକି  ଚାଷଜମିରେ ପାଣି ମଡାଉଛନ୍ତି । ପୂର୍ବରୁ କରୋନା କଟକଣା ପାଇଁ ଚାଷୀ ଘରେ ବସିରହିଥିବା ବେଳେ ଏବେ ପୁଣି ବର୍ଷା ଅଭାବ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ କରିଛି  । ଏଭଳି ସ୍ଥିତିରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଚାଷୀକୂଳ  ।

ଧରା ଶ୍ରାବଣରେ ବର୍ଷାର ଦେଖାନଥିବା ବେଳେ ପାଣି ଅଭାବ ସମସ୍ୟା  ଦେଖାଦେଇଛି । ଏବେ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଜମିକୁ ପାଣି ଯୋଗାଯିବା ବ୍ୟବସ୍ଥା କରାଯିବା ଜରୁରୀ ହୋଇପଡିଛି  ।

Leave a Reply