spot_img

Latest Posts

ପୁଣି ତେଜିଲା ଚାଷୀ ଆନ୍ଦୋଳନ, ଆଜିଠାରୁ ଆହୁରି ଜୋରଦାର କରିବାକୁ କୃଷକ ସଂଗଠନର ଆହ୍ଵାନ

ନୂଆଦିଲ୍ଲୀ : ଆଜିଠୁ ପୁଣି ଦିଲ୍ଲୀ ସୀମାନ୍ତ ସିଙ୍ଘୁ ବର୍ଡରେ ଜୋର ଧରିବ ଚାଷୀ ଆନ୍ଦୋଳନ। ଦିଲ୍ଲୀ ଚଲୋ ଡାକରା ଦେଇ ସିଙ୍ଘୁ ଓ ଟିକିରି ସୀମାରେ ଏକାଠି ହୋଇଛନ୍ତି ୧୦ ହଜାରରୁ ଅଧିକ ଚାଷୀ। ଆଜିଠାରୁ ଆନ୍ଦୋଳନକୁ ଜୋରଦାର କରିବାକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ଚେତାବନୀ ଦେଇଛି।

ଏମଏସପି ଗାରେଣ୍ଟି ନେଇ କେନ୍ଦ୍ରର ଚୁକ୍ତି ପ୍ରସ୍ତାବକୁ ଚାଷୀସଂଗଠନ ପ୍ରତ୍ୟାଖାନ ପରେ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ ସଂଗଠନ। ଟ୍ରାକ୍ଟର ଧରି ସିଂଘୁ ସୀମାରେ ଏକାଠି ହେଉଛନ୍ତି ଚାଷୀ। ପୂର୍ବରୁ ରଖିଥିବା ଦାବି ପୂରଣ ନହେଲେ ଧାରଣା ଜାରି ରଖିବାକୁ ଦେଇଛନ୍ତି ଚେତାବନୀ।

ସେପଟେ ହରିୟାଣାରେ ଚାଷୀ ଆନ୍ଦୋଳନକୁ ନେଇ ଜାରି ହୋଇଥିଲା କଟକଣା। ଗତକାଲି ପର୍ଯ୍ୟନ୍ତ ଏକାଧିକ ଜିଲ୍ଲାରେ ମୋବାଇଲ ସେବା ସହ ଇଣ୍ଟନରେଟ ବନ୍ଦ ରହିଥିଲା। କୃଷକ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଆସନ୍ତା ୨୨ ତାରିଖରେ ଦିଲ୍ଲୀରେ ବୈଠକ ବସିବ ବୋଲି ଘୋଷଣା କରାଯାଇଛି ।

Latest Posts

Don't Miss