ଏକର ଏକର ଫସଲ ନଷ୍ଟ କରୁଛନ୍ତି ହାତୀ: ଜୀବନକୁ ବାଜି ଲଗାଇ ଫସଲ ଜଗୁଛନ୍ତି ଚାଷୀ

1 min read

ସମ୍ୱଲପୁର: ଚାଷ କରିଛି, ପରିଶ୍ରମ ସହ କଷ୍ଟ ଉପାର୍ଜିତ ଟଙ୍କା ଲଗାଇଛି । ଯାହା ବି ହେଉ ହାତୀ ମୁହଁରୁ ଅମଳ ଧାନକୁ ରକ୍ଷା କରିବି । ଏପରି ଜିଦ୍ ରେ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଚାଷୀ । ଗଛ ଉପରେ ଘର କରି ରାତି ଅନିଦ୍ରା ହୋଇ ହାତୀ ଘଉଡାଉଛନ୍ତି କୁଚିଣ୍ଡା ଗ୍ରାମବାସୀ । କୁଚିଣ୍ଡାରେ ହାତୀପଲଙ୍କ ଉପଦ୍ରବ । ଏକର ଏକର ଫସଲ କରୁଛନ୍ତି ନଷ୍ଟ । ଜୀବନକୁ ବାଜି ଲଗାଇ ଫସଲ ଜଗୁଛନ୍ତି ଚାଷୀ । ପ୍ରଥମେ ବନ୍ୟା ଆଉ ଏବେ ବନ୍ୟଜନ୍ତୁ ।

ବନ୍ୟା ଦାଉରୁ ବର୍ତ୍ତି ଯାଇଥିବା ଫସଲକୁ ଅମଳ କରିବା ଆଶା ରଖିଥିବା ଚାଷୀଙ୍କୁ ଚିନ୍ତା ବଢାଇଛି ହାତୀପଲଙ୍କ ଉପଦ୍ରବ । ସମ୍ବଲପୁର କୁଚିଣ୍ଡା ଫାସିମାଳରେ ଏକର ଏକର ଧାନ ଫସଲ କରୁଛନ୍ତି ନଷ୍ଟ । ତେବେ ହାତୀଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଚାଷୀ । ରାତିର କିଟିକିଟି ଅନ୍ଧାରରେ ଗଛ ଉପରେ ମଞ୍ଚା କରି ଘଉଡାଉଛନ୍ତି ଚାଷୀ । ତେବେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀ ପଲ ।

ଫସଲ ଖାଇବା ସାଙ୍ଗକୁ ନଷ୍ଟ ମଧ୍ୟ କରୁଛନ୍ତି । ଏଥିପ୍ରତି ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଚାଷୀ । ଅପରପକ୍ଷେ ଚାଷୀଙ୍କ ଫସଲ ନଷ୍ଟର କ୍ଷତିପୂରଣ ଦିଆଯାଉଛି ବୋଲି କହିଛନ୍ତି ବନ ବିଭାଗ ଅଧିକାରୀ । ତେବେ ହାତୀ ଘଇଡାଇବା ପାଇଁ ବନ ବନବିଭାଗ ଯଦି ତତ୍ପର ହୁଅନ୍ତା ତେବେ ହାତୀଙ୍କ ଦାଉରୁ ଫଲସ ନଷ୍ଟ ହୁଅନ୍ତା ନାହିଁ ।

ସୁପାରି କିଲରର ଫେସବୁକ ଷ୍ଟାଟସ : ବାକିଙ୍କୁ ଲଭ୍ ଲେଟର ମିଳେ, ଆମ ପାଇଁ FIR ଲେଖାଯାଏ

Leave a Reply