Farmer protest: ଭାରତରେ ଚାଷୀ ଆନ୍ଦୋଳନ, ଶାନ୍ତିପୂର୍ଣ୍ଣ ବିରୋଧକୁ ଆମେରିକାର ସମର୍ଥନ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସ୍ତରରେ ସମର୍ଥନ ବଢ଼ିବାରେ ଲାଗିଛି। ହଲିଉଡ୍ ସେଲିବ୍ରିଟିମାନେ ଚାଷୀ ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ ଜଣାଇଥିବା ବେଳେ ଏବେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ବି ଏହା ଉପରେ ପ୍ରତିକ୍ରିୟା ରଖିଛି। ଚାଷୀ ଆନ୍ଦୋଳନକୁ ନେଇ ପ୍ରଥମ କରି ସିଧାସଳଖ ମନ୍ତବ୍ୟ ରଖିଛି ବିଡେନ୍ ପ୍ରଶାସନ।

ଆମେରିକା କହିଛି, କୌଣସି ସମସ୍ୟା ବା ଆନ୍ଦୋଳନକୁ ନେଇ ଦୁଇପକ୍ଷ ମଧ୍ୟରେ ଆଲୋଚନା ହେବା ଜରୁରୀ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବା ଆବଶ୍ୟକ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ରହିଛି। ଭାରତର ସୁପ୍ରିମକୋର୍ଟ ମଧ୍ୟ ଏହି କଥାକୁ ସମର୍ଥନ କରିଛନ୍ତି। ଯଦି କୌଣସି ପ୍ରସଙ୍ଗକୁ ନେଇ ଦୁଇପକ୍ଷ ମଧ୍ୟରେ ମତପାର୍ଥକ୍ୟ ରହିଛି, ତା’ହେଲେ ଆଲୋଚନା ମାଧ୍ୟରେ ଏହାର ସମାଧାନ କରାଯିବା ଆବଶ୍ୟକ ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି।

ଏହାସହ ଚାଷୀଙ୍କ ସୁବିଧା ପାଇଁ ସମସ୍ତ ନିଷ୍ପତ୍ତିକୁ ଆମେରିକା ସ୍ୱାଗତ କରିବ ବୋଲି କୁହାଯାଇଛି। ଏହାସହ କୌଣସି ବିଷୟବସ୍ତୁ ସମ୍ପର୍କରେ ଲୋକଙ୍କ ନିକଟରେ ଖବର ପହଞ୍ଚାଇବା ପାଇଁ ଇଣ୍ଟରନେଟ୍‌ ସୁବିଧା ନିହାତି ଆବଶ୍ୟକ। ଯାହା ଏକ ସୁସ୍ଥ ଲୋକତନ୍ତ୍ରର ଅଂଶ ବୋଲି ଆମେରିକା କହିଛି।

Leave a Reply