୧୨୩ ଦିନ ଧରି ଆନ୍ଦୋଳନ କରୁଥିବା ଚାଷୀ ପାଳିଲେ ହୋଲି
1 min readନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ତିନୋଟି ନୂଆ କୃଷି ନିୟମକୁ ସାରା ଦେଶର ଚାଷୀମାନେ ବିରୋଧ କରୁଛନ୍ତି। ଗତ ୧୨୩ ଦିନ ଧରି କୃଷକମାନେ ଦିଲ୍ଲୀ ସୀମାଗୁଡ଼ିକରେ ପ୍ରଦର୍ଶନ କରିଆସୁଛନ୍ତି। ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଥିବା ଗାଜୀପୁରରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତେବେ ଏହି ଆନ୍ଦୋଳନ ଭିତରେ ବି ରଙ୍ଗର ବର୍ବକୁ ପାଳନ କରିଛନ୍ତି ଅନ୍ନଦାତା। ଗାଜିପୁରରେ ଆନଦୋଳନରତ ଚାଷୀମାନେ ଗୀତ ଓ ନୃତ୍ୟ କରି ହୋଲି ପାଳନ କରିଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁଆସିଛି ।
ଚାଷୀମାନେ ନିଜର ଦୁଃଖକୁ ଭୁଲି ବେଶ୍ ଖୁସିରେ ବାଜା ବଜାଇ, ନାଚି-ଗାଇ ହୋଲି ପାଳନ କରୁଛନ୍ତି। ଜଣେ ଚାଷୀ କହିଛନ୍ତି, ‘ସରକାର ଆମର ଦାବିକୁ ଗ୍ରହଣ କରନ୍ତୁ ଏବଂ ତିନୋଟି କୃଷି ଆଇନ ପ୍ରତ୍ୟାହାର କରନ୍ତୁ। ଯାହାଫଳରେ ଆମେ ନିଜ ଘରକୁ ଫେରିପାରିବୁ।’
#WATCH | Farmers protesting in Ghazipur at Delhi-Uttar Pradesh border for the last 123 days sing and dance as they celebrate #Holi.
"We demand that the government should accept our demand and take back the three farm laws so that we can go home," says a farmer. pic.twitter.com/6C5RaEUwNv
— ANI (@ANI) March 29, 2021
ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ କୃଷି କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ କହି ମୋଦି ସରକାର ସଂସଦରେ ତିନୋଟି କୃଷି ବିଲ୍ ଆଗତ କରିଥିଲେ । କୁହାଯାଇଥିଲା- ଏହି ବିଲ୍ ଦ୍ୱାରା ମଧ୍ୟସ୍ଥି ହଟିବା ସହ ଚାଷୀ ଦେଶର କୌଣସି ସ୍ଥାନରେ ଫସଲ ବିକି ପାରିବେ । ହେଲେ କେନ୍ଦ୍ରର ଏହି ତିନି କୃଷି ଆଇନକୁ ବିରୋଧ କରି ଗତବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହ ଏକାଧିକ ବାର ବୈଠକ ପରେ ବି ନିଷ୍କର୍ଷ ବାହାରି ପାରିନି । ଅନ୍ୟପଟେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଦେଶବ୍ୟାପୀ କୃଷି ଆଇନ୍ ବିରୋଧରେ କୃଷକ ଆରମ୍ଭ କରିଛନ୍ତି ଅଭିଯାନ।