spot_img

Latest Posts

କୃଷକ ଆନ୍ଦୋଳକୁ ପୂରିଲା ଏକମାସ, ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ହାଡ଼ଭଙ୍ଗା ଶୀତରେ ମାସେ ହେଲାଣି ହକ୍ ପାଇଁ ରାସ୍ତାରେ ବସିଛନ୍ତି ଅନ୍ନଦାତା। ପ୍ରଧାନମନ୍ତ୍ରୀ, କୃଷି ମନ୍ତ୍ରୀ, ନେତା, ଯେତେ ବୁଝାଇଲେ ବି ବୁଝିବାକୁ ନାରାଜ୍ କୃଷକ ସଂଗଠନ। ନୂଆ କୃଷି ଆଇନ ରଦ୍ଦ ଦାବିରେ ଏକମାସ ଧରି ଦିଲ୍ଲୀର ସବୁ ସୀମାରେ ଚାଷୀଙ୍କ ହଲ୍ଲାବୋଲ ଜାରି ରହିଛି।

କେନ୍ଦ୍ର ସରକାର କୃଷକଙ୍କୁ ଚିଠି ଲେଖି ବାରମ୍ବାର ଅନୁରୋଧ କରି ଚାଲିଛନ୍ତି। କଥାବର୍ତ୍ତା ପାଇଁ ଅନୁରୋଧ କରିବା ସତ୍ତ୍ୱେ ବି କୃଷକ ସଂଗଠନ ନିଜର ଜିଦରେ ଅଟଳ ଅଛନ୍ତି। ଏମଏସପି ପ୍ରସଙ୍ଗରେ ଲିଖିତ ଆଶ୍ୱାସନା ଦେବାକୁ ସରକାର ରାଜି ଅଛନ୍ତି। ଆଇନରେ ଆବଶ୍ୟକ ସଂଶୋଧନ କରିବାକୁ ବି ସଙ୍କେତ ଦେଇଛନ୍ତି। ତଥାପି କୌଣସି କଥା କାଟୁ କରୁନି। ଆଜି ଆନ୍ଦୋଳନକୁ ଏକମାସ ପୂରି ଥିବାରୁ ସିଙ୍ଘୁ ସୀମାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏଥିରେ ବିଭିନ୍ନ କୃଷକ ସଂଗଠନର ନେତା ଯୋଗ ଦେଇ ସରକାରଙ୍କ ଆଭିମୂଖ୍ୟ ଉପରେ ଆଲୋଚନା କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ତିବ୍ର କରିବାକୁ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ସରକାରଙ୍କୁ ମଞ୍ଚକୁ ଆସି ଆଲୋଚନା କରିବାକୁ କୃଷକ ନେତା ଦାବି କରିଛନ୍ତି। ଆନ୍ଦୋଳନରତ କୃଷକମାନେ ହରିଆଣା ସୀମା ଶାହଜାହାନପୁରରେ ଚକା ଜାମ କରିବାରୁ ଏନଏଚ୍ ୪୮ରେ ଦିଲ୍ଲୀ-ଜୟପୁର ସମ୍ପର୍କ ବ୍ୟାହାତ ହୋଇଛି। ଜୟପୁରରୁ ଦିଲ୍ଲୀ ଯିବା ରାସ୍ତା ଦୀର୍ଘ ୧୫ ଦିନ ହେଲା ବନ୍ଦ ରହିଛି।

Latest Posts

Don't Miss