କେନ୍ଦ୍ର ସରକାରଙ୍କ ନୂଆ ଅଧ୍ୟାଦେଶକୁ ବିରୋଧ: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

1 min read

କୁରୁକ୍ଷେତ୍ର: କେନ୍ଦ୍ର ସରକାରଙ୍କ ତିନି କୃଷି ଅଧ୍ୟାଦେଶକୁ ବିରୋଧ । ଏ ନେଇ ଭାରତୀୟ କୃଷକ ସଂଘ ଏବଂ ଅନ୍ୟ କୃଷକ ସଂଗଠନ ପକ୍ଷରୁ ଗୁରୁବାର ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାର ପିପଲିରେ ରାଷ୍ଟ୍ରୀୟ ରାଜମାର୍ଗକୁ ଅବରୋଧ କରିଦେଇଛନ୍ତି । କୃଷକଙ୍କ ଘଉଡ଼ାଇବା ପାଇଁ ପୋଲିସ ଲାଠିଚାର୍ଜ କରିଥିବା ପ୍ରଦର୍ଶନକାରୀଙ୍କ ଅଭିଯୋଗ ।

ସୂଚନା ଯୋଗ୍ୟ ଯେ, ହରିୟାଣରେ ରାଜରାସ୍ତକୁ ଓହ୍ଲାଇଥିବା କୃଷକ କେନ୍ଦ୍ର ସରକାରଙ୍କ ୩ କୃଷି ନୀତିକୁ ବିରୋଧ କରିଛନ୍ତି । ଯାହା ମଣ୍ଡି ଏବଂ କୃଷକଙ୍କ ସହ ଜଡ଼ିତ । ଏହି ନୂଆ ନୀତି ଅନୁଯାୟୀ କୃଷକଙ୍କ ଫସଲ କ୍ରୟ ନେଇ ନୂଆ ନିୟମ ଜାରି କରାଯାଇଛି । ଯାହାକୁ ନେଇ କୃଷକ ଅସନ୍ତୋଷ ।

କେଉଁ କେଉଁ ଅଧ୍ୟାଦେଶକୁ ବିରୋଧ

ପ୍ରଥମ ଅଧ୍ୟାଦେଶ ଅନୁଯାୟୀ ଏବେ ବ୍ୟବସାୟୀ ମଣ୍ଡି ବାହାରୁ ମଧ୍ୟ କୃଷକଙ୍କ ଠାରୁ ଫସଲ କିଣିପାରିବେ । ପୂର୍ବରୁ ଚାଷୀଙ୍କ ଫସଲ କେବଳ ମଣ୍ଡିରେ ହିଁ ଖରିଦ କରାଯାଉଥିଲା । ଏଥିସହିତ କେନ୍ଦ୍ର ସରକାର ଆଳୁ, ଡାଲି, ପିଆଜ ଆଦି ଆବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦେବା ସହ ଏହାର ଷ୍ଟକ୍ ସୀମାକୁ ଶେଷ କରିଦିଆଯାଇଛି । ଏଥିସହିତ କଣ୍ଟେକ୍ଟ ଫାର୍ମିଂକୁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି । ଯାହାକୁ ନେଇ କୃଷକ ଅସନ୍ତୋଷ ।

Leave a Reply