spot_img

Latest Posts

ଲୁଚକାଳି ଖେଳୁଛି ମୌସୁମୀ: ବର୍ଷା ନ ହେବାରୁ ଚିନ୍ତା ଚାଷୀ

ଭୁନେଶ୍ୱର: ଏକମାସରୁ ଅଧିକ ଦିନ ହେଲାଣି ରାଜ୍ୟକୁ ମୌସୁମୀ ଆସିଲାଣି ହେଲେ ବର୍ଷା  ହେଉନାହିଁ, ଫଳରେ ଚିନ୍ତାରେ ପଡ଼ିଲେଣି ଚାଷୀ। ଜୁନ୍ ପହିଲାରୁ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିଲେ ବି ଏପର୍ଯ୍ୟନ୍ତ ସବୁ ଜିଲ୍ଲାରେ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ। ଯାହାଫଳରେ ଖରିଫ ଚାଷ ପ୍ରଭାବିତ ହେବାକୁ ବସିଲାଣି।

ଜୁଲାଇ ମାସରେ ଅସ୍ୱାଭାବିକ ସ୍ଥିତି ଉପୁଜିଛି। ଜୁଲାଇ ୧୧ ଓ ୧୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକାଧିକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ସେହିପରି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗରରେ ରହୁଛି। ଓଡ଼ିଶାର ସ୍ଥଳ ଭାଗକୁ ନ ଆସି ଥାଇଲାଣ୍ଡ ମୁହାଁ ହେଉଛି ମୌସୁମୀ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟରେ ଚାଷ ୫୦ ପ୍ରତିଶତ ବର୍ଷା ଜଳ ଉପରେ ନିର୍ଭର କରିଥାଏ। ଖରିଫ ଧାନ ଚାଷ ପାଇଁ ଜୁନ୍ ଓ ଜୁଲାଇ ମାସରେ ବର୍ଷା ନିହାତି ଦରକାର। ହେଲେ ଏବେସୁଦ୍ଧା ଜାତୀୟ ହାର ତୁଳନାରେ ଓଡ଼ିଶାରେ ଏହି ଦୁଇମାସରେ ୩୩ ପ୍ରତିଶତ କମ୍ ବର୍ଷା ରେକର୍ଡ଼ ହୋଇଛି । ଆଗକୁ ବର୍ଷା ନ ହେଲେ ମରୁଡ଼ି ସ୍ଥିତି ଦେଖାଦେଇପାରେ ବୋଲି ଆଶଙ୍କା କରାଯାଉଛି।

Latest Posts

Don't Miss