spot_img

Latest Posts

ଟ୍ରାକ୍ଟର ପରେଡ୍: ୧୮ ତାରିଖରେ ସୁପ୍ରିମକୋର୍ଟରେ ହେବ ଶୁଣାଣି, ଯୋଗଦେବାକୁ ଦିଲ୍ଲୀ ଅଭିମୁଖେ ଚାଷୀ

ନୂଆଦିଲ୍ଲୀ: ଆସନ୍ତା ୧୮ରେ ହେବ ‘ଟ୍ରାକ୍ଟର ପରେଡ୍‌’ର ଶୁଣାଣି । ଆନ୍ଦୋଳନରତ କୃଷକମାନଙ୍କ ପକ୍ଷରୁ ଆସନ୍ତା ୨୬ ‘ଟ୍ରାକ୍ଟର ପରେଡ୍’ ନେଇ ଡାକରା ଦିଆଯାଇଥିବା ବେଳେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର । ତେବେ କେନ୍ଦ୍ର ସରକାରଙ୍କ ଆବେଦନକୁ ମାନ୍ୟବର କୋର୍ଟ ଗ୍ରହଣ କରିବା ସହ ଆସନ୍ତା ୧୮ ତାରିଖକୁ ଶୁଣାଣି ନେଇ ଦିନ ଧାର୍ଯ୍ୟ କରିଛନ୍ତି । ଟ୍ରାକ୍ଟର୍‌ ରାଲି ଯୋଗୁଁ ଜାନୁଆରି ୨୬ ତାରିଖରେ ଆୟୋଜନ ହେଉଥିବା ସାଧାରଣତନ୍ତ୍ର ଦିବସ ପାଳନରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପ୍ରଧାନ ବିଚାରପତି ଏସ୍ଏ ବୋବ୍‌ଡ଼େଙ୍କ ନେତୃତ୍ୱାଧୀନ ତିନିଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଜାନୁଆରି ୧୮ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଆବେଦନ ସମେତ ଦିଲ୍ଲୀ ସୀମାନ୍ତରେ କୃଷକମାନେ ଚଳାଇଥିବା ପ୍ରତିବାଦ ସଂକ୍ରାନ୍ତ ଅନ୍ୟାନ୍ୟ ଆବେଦନର ମଧ୍ୟ ଶୁଣାଣି କରିବେ। ଦିଲ୍ଲୀ ପୁଲିସ ଜରିଆରେ କେନ୍ଦ୍ର ସରକାର ଫାଇଲ୍‌ କରିଥିବା ଆବେଦନରେ ଉଲ୍ଲେଖ ଅଛି ଯେ, ସାଧାରଣତନ୍ତ୍ର ଦିବସ ପାଳନରେ ବ୍ୟାଘାତ ସୃଷ୍ଟି ନିମନ୍ତେ ଅଭିପ୍ରେତ ଏହି ପ୍ରସ୍ତାବିତ ଟ୍ରାକ୍ଟର୍‌ ରାଲି ଦେଶ ପାଇଁ ଲଜ୍ଜାଜନକ ହେବ।

ଅପରପକ୍ଷରେ ପଞ୍ଚାବର ଲୁଧିଆନାରୁ ବହୁ ସଂଖ୍ୟାରେ ଚାଷୀ ଟ୍ରାକ୍ଟର ପରେଡରେ ଯୋଗଦେବାକୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ଏଥିସହିତ ସେମାନେ ଆସନ୍ତା ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ୍ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Latest Posts

Don't Miss