ସରକାରଙ୍କ ପ୍ରତିଶ୍ରୁତି ପାଣିରେ ଗାର: ମଣ୍ଡିରେ ଚାଲିଛି କଟନି ଛଟନି, ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ
1 min readସମ୍ବଲପୁର: ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଣିରେ ଗାର । କହିଲେ- ଏଥର ହେବନି କଟନି ଛଟନି । ହେଲେ ଗତବର୍ଷଠାରୁ ଅଧିକ ହେଉଛି କଟନି ଛଟନି । ଏମିତି ସ୍ଥିତି ସମ୍ବଲପୁର ଜିଲ୍ଲାରେ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ମଣ୍ଡିରୁ ଉଠିପାରୁନି ଧାନ । ମାନ ନିର୍ଦ୍ଧାରଣକୁ ନେଇ ଚାଷୀଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଭଲ ମାନର ଧାନ ଦେଲେ ସୁଦ୍ଧା କଟନି ଛଟନି କରାଯାଉଥିବାରୁ ତେଜୁଛି ଅସନ୍ତୋଷ । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ ଓ କୃଷକ ସଙ୍ଗଠନ ।
ମୋହନ ସରକାରଙ୍କ ଚାଷୀଙ୍କୁ ପ୍ରତାରଣା । ପ୍ରତିଶ୍ରୁତି ସତ୍ତ୍ବେ ବିଗତ ବର୍ଷଠାରୁ ଅଧିକ ହେଉଛି କଟନି ଛଟନି । ସମ୍ବଲପୁର ଜିଲ୍ଲାରେ ଧାନକିଣା ଆରମ୍ଭରୁ ଅବ୍ଯବସ୍ଥା । ମାନ ନିର୍ଦ୍ଧାରଣକୁ ନେଇ ତେଜୁଛି ଅସନ୍ତୋଷ । ଉଚିତ ମୂଲ୍ଯ ନପାଇ ଆନ୍ଦୋଳକୁ ଓହ୍ଲାଇଲେ ଚାଷୀ । ପୁଣି ସମ୍ବଲପୁର ଜିଲ୍ଲାରେ ବନ୍ଦ ହେଲା ଧାନ ବିକ୍ରି ।
ଜିଲ୍ଲାର ତବଲା ଧାନ ମଣ୍ଡିରେ FAQ ମାନର ଧାନ ଦେଲେ ସୁଦ୍ଧା ହେଉଛି କଟନି ଛଟନି । ଯାହାକୁ ନେଇ ଅସନ୍ତୁଷ୍ଟ ଚାଷୀ ଆନ୍ଦୋଳକୁ ଓହ୍ଲାଇଛନ୍ତି । ଧାନ କିଣା ବନ୍ଦ ରହିଥିବାରୁ ମଣ୍ଡିରେ ପହଞ୍ଚି ମିଲ ମାଲିକ ଓ ଯୋଗାଣ ଅଧିକାରୀ ଚାଷୀଙ୍କ ସହ ଆଲୋଚନା କରିଛନ୍ତି, ହେଲେ କୌଣସି ଫଳ ବାହାରି ପାରିନାହିଁ ।
ଚଳିତବର୍ଷ କୌଣସି କଟନି ଛଟନି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ । ଏପରିକି ବିକ୍ରିର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଖାତାକୁ ଟଙ୍କା ଆସିବ ବୋଲି କହିଥିଲେ । ହେଲେ ସବୁ ବାହାସ୍ଫୋଟ ପାଲଟିଛି । ସରକାରୀ ଅଧିକାରୀ ନଆସିବା ପର୍ଯ୍ୟନ୍ତ ଧାନ ପଡ଼ି ରହିବ ବୋଲି କହିଛନ୍ତି ଚାଷୀ । ଆଉ ଏପରି ଅବ୍ଯବସ୍ଥା ପାଇଁ ପ୍ରଶାସନ ଓ ସରକାରଙ୍କୁ ଦାୟୀ କରିଛନ୍ତି ଚାଷୀ ।