spot_img

Latest Posts

ରାଜନଗର ବ୍ଲକ ଜୁଣଗଡ଼ି ଗାଁର ଚାଷୀ ମୃତ୍ୟୁ ଘଟଣା ; ତହସିଲଦାରଙ୍କ ଗୋଡ ତଳେ ପଡି ନ୍ୟାୟ ମାଗିଲେ ମୃତ ଚାଷୀଙ୍କ ପତ୍ନୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ରାଜନଗର ବ୍ଲକ ଜୁଣଗଡ଼ି ଗାଁର ଚାଷୀ ମୃତ୍ୟୁ ଘଟଣା । ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ତହସିଲଦାର । ନ୍ୟାୟ ପାଇଁ ତହସିଲଦାରଙ୍କ ଗୋଡ ତଳେ ପଡିଗଲେ ମୃତ ଚାଷୀଙ୍କ ପତ୍ନୀ । ଜୁଣଗଡି ଗାଁର ଚାଷୀ ତ୍ରିଲୋଚନ ନାୟକ ଧାନ ବିକ୍ରି କରିବା ପାଇଁ ମିଲର ଓ ଡାଙ୍ଗମାଳ ସମବାୟ ସମିତିର ସମ୍ପାଦକଙ୍କ ଦ୍ୱାରା ନିର୍ଯାତିତ ହୋଇ ପ୍ରାଣ ହରାଇଥିବା ନେଇ ତାଙ୍କ ପତ୍ନୀ ରାଜନଗର ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତହସିଲଦାର ମୃତ ଚାଷୀଙ୍କ ପରିବାର ନିକଟରେ ପହଞ୍ଚିଥିଲେ । ଏହି ସମୟରେ ତ୍ରିଲୋଚନଙ୍କ ପତ୍ନୀ ଭାରତୀ ନାୟକ ନ୍ୟାୟ ଭିକ୍ଷା କରି ତହସିଲଦାରଙ୍କ ଗୋଡ ଧରିଥିଲେ ।

ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ସମ୍ପାଦକ ଓ ମିଲର ଦାୟୀ ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ପାଇଁ ଟିମ ଗଠନ କରାଯାଇଛି । ମିଲର ଦେଇଥିବା ରସିଦ ଆଧାରରେ ତଦନ୍ତ ହେବ । ସମସ୍ତ ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ରାଜନଗର ତହସିଲଦାର କହିବା ସହ ମୃତକଙ୍କ ପରିବାରକୁ କୋଡିଏ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି । ସେପଟେ ସମବାୟ ସମିତିର ସମ୍ପାଦକ କାହିଁକି ମୃତ ଚାଷୀଙ୍କ ଧାନ ନକିଣି ୪୦ ଦିନ ଦହଗଞ୍ଜ କରି ମିଲକୁ ଧାନ ପଠାଇଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Latest Posts

Don't Miss