spot_img

Latest Posts

ଚାଷୀ ଆନ୍ଦୋଳନ ଜାରି, ଦିଲ୍ଲୀ ପ୍ରବେଶ କରିବାକୁ ଅପେକ୍ଷା କରି ରହିଛନ୍ତି ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ଅମଳ ଫସଲକୁ ଗ୍ଯାରେଣ୍ଟି ଏମଏସପି ପ୍ରଦାନ ଦାବିରେ ଜାରି ରହିଛି ଚାଷୀ ଆନ୍ଦୋଳନ। ଦିଲ୍ଲୀ ଚଲୋ ଡାକରା ଦେଇଥିବା ଚାଷୀଙ୍କ ଆନ୍ଦୋଳନର ଆଜି ଷଷ୍ଠ ଦିନ। ଦିଲ୍ଲୀ ଉପକଣ୍ଠରେ ୧୦ ହଜାରରୁ ଅଧିକ ଚାଷୀ ଦିଲ୍ଲୀ ଚଲୋର ନାରା ଦେଇ ଆନ୍ଦୋଳନ କରୁଛନ୍ତି। ଦିଲ୍ଲୀ ପ୍ରବେଶ କରିବାକୁ ଅପେକ୍ଷା କରି ରହିଛନ୍ତି ଚାଷୀ। ଆଜି କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ରହିଛି। ପୂର୍ବରୁ ତିନି ତିନି ଥର ଆଲୋଚନା ବିଫଳ ହେବା ପରେ ଚତୁର୍ଥ ରାଉଣ୍ଡ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର। ଉଭୟ ପକ୍ଷ ଆଲୋଚନା କରି ବିବାଦର ସମାଧାନ ନେଇ ଆହ୍ବାନ କରିଛନ୍ତି। ସେପଟେ ବିବାଦର ସମାଧାନ ନହେବା ପର୍ଯ୍ୟ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଆନ୍ଦୋଳନରେ ସାମିଲ ସଂଯୁକ୍ତ କିଶାନ ମୋର୍ଚ୍ଚା। ପଞ୍ଜାବ ସୀମାନ୍ତ ସମ୍ଭୁ ବର୍ଡରେ ହଜାର ହଜାର ସଂଖ୍ଯାରେ ଚାଷୀ ଆନ୍ଦୋଳନ କରୁଛନ୍ତି। ଚାଷୀଙ୍କୁ ଉପସ୍ଥିତି ନେଇ ବିପୁଳ ମାତ୍ରାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ପଞ୍ଜାବ ୟୁନିଟ ତରଫରୁ ଜଳନ୍ଧରରେ ବୈଠକ ରହିଛି।ଗତ ୧୩ ତାରିଖରୁ ଆରମ୍ଭ ହୋଇଛି ଚାଷୀଙ୍କ ଏହି ଆନ୍ଦୋଳନ। ଗତ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଥିଲା ଚାଷୀ ସଂଗଠନ। ଏଥିରେ ଦେଶର ଏକାଧିକ କୃଷକ ସଂଗଠନ ସହ ଶ୍ରମିକ ସଂଗଠନ ସାମିଲ ହୋଇଥିଲ।

Latest Posts

Don't Miss