ଚାଷ ଛାଡି ହେଲିକପ୍ଟର ଚଲାଇବାକୁ ଚାହୁଁଛନ୍ତି ଚାଷୀ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

1 min read

ମୁମ୍ବାଇ: ଚାଷ ଛାଡି ହେଲିକପ୍ଟର କିଣିବାକୁ ଚାହୁଁଛନ୍ତି ମହାରାଷ୍ଚ୍ରର ଜଣେ ୨୨ବର୍ଷୀୟ ଚାଷୀ  । ତାଙ୍କର ଏପରି ଇଚ୍ଛା ପଛର ଘଟଣା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ  । ଘଟଣା ଏମିତି- ମହାରାଷ୍ଟ୍ରର ହିଂଗୋଲି ଜିଲ୍ଲାର ତାକତୋଁଡା ଗାଁର କୃଷକ କୈଳାଶ ପତଙ୍ଗେଙ୍କ ପାଖରେ ଦୁଇ ଏକର ଚାଷ ଜମି ରହିଛି  । କିନ୍ତୁ କୈଳାଶ ଏବେ ଚାଷ ଛାଡି ହେଲିକପ୍ଟର ଚଳାଇବା ପାଇଁ ଚାହୁଁଛନ୍ତି  ।

କୈଳାଶ ନିଜ ଜମିରେ ସୋୟାବିନ ଚାଷ କରିଥାନ୍ତି  । କିନ୍ତୁ କିଛି ବର୍ଷ ହେବ ବର୍ଷାରେ ଅନିୟମିତତା ଓ ମରୁଡି କାରଣରୁ ଚାଷ କରିବା କଷ୍ଟକର ହୋଇପଡିଛି  । ଖର୍ଚ୍ଚ ତୁଳନାରେ ଆମଦାନୀ କମ୍ ହେଉଛି  । ଚାଷ କାର୍ଯ୍ୟ କରି କ୍ଷତି ସହିବା ଅପେକ୍ଷା ହେଲିକପ୍ଟର ବ୍ୟବସାୟ ଲାଭଦାୟ ହେବ ବୋଲି ସେ କହିଛନ୍ତି  । କୈଳାଶ ଚାଷ କାର୍ଯ୍ୟ ଛାଡି ହେଲିକପ୍ଟର କିଣି ତାକୁ ଭଡାରେ ଚଳାଇବା ପାଇଁ ଚାହୁଁଛନ୍ତି  । ଯାହାଫଳରେ ପରିବାରର ପ୍ରତିପୋଷଣ ହୋଇପାରିବ  ।

ଅନ୍ୟ ବ୍ୟବସାୟରେ କମ୍ପିଟସନ ରହିଛି ଏହି କାରଣରୁ ସେ ହେଲିକପ୍ଚର ଚଳାଇ ବ୍ୟବସାୟ କରିବାକୁ ଚାହୁଁଛନ୍ତି  । ଚାଷୀ କୈଳାଶ ନିଜ ଜମି ବନ୍ଧକ ରଖି ବ୍ୟାଙ୍କଠୁ ୬.୬୫ କୋଟି ଟଙ୍କା ଋଣ ମାଗିଛନ୍ତି  । ତେବେ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କଠୁ ତାଙ୍କୁ ଋଣ ମିଳିନାହିଁ  । ତେବେ ଏହି ଘଟଣାରୁ ସ୍ପଷ୍ଟ ଜଣା ଯାଉଛି ଯେ ଦିନକୁ ଦିନ ଲୋକମାନେ ଚାଷଠୁ ବିମୁଖ ହୋଇଯାଉଛନ୍ତି  । ସଠିକ୍ ଜ୍ଞାନକୌଶଳ ଏବଂ ସରକାରୀ ସହାୟତା ଅଭାବରୁ ଚାଷ କାର୍ଯ୍ୟ ଛାଡୁଛନ୍ତି ଚାଷୀ  ।