ନୂଆଦିଲ୍ଲ: ଆଜି କେନ୍ଦ୍ର ସରକାର ଓ କୃଷି ସଂଗଠନ ମଧ୍ୟରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସମାଧାନର ବାଟ ବାହାରିବା ନେଇ ଆଶା କରାଯାଉଛି।
ଆଜି ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ ଏହି ବୈଠକ। ଏଥିରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀ ମାନେ ଚାଷୀ ସଂଗଠନ ସହ ଆଲୋଚନା କରିବେ। ମୁଖ୍ୟତଃ ତିନୋଟି ନୂଆ କୃଷି ଆଇନ ଉପରେ ଆଲୋଚନା ହେବ ।
ସମ୍ପୂର୍ଣ୍ଣ ଭାବେ ଆଇନ୍ ଫେରାଇ ନେବା ପାଇଁ ଚାଷୀମାନେ ଦାବି କରୁଥିବା ବେଳେ ସରକାର ଏଥିରେ କିଛିଟା ସଂଶୋଧନ କରିବା ପାଇଁ ରାଜି ହୋଇଛନ୍ତି । ଏଥି ସହ ଏମଏସପିରେ ଗ୍ୟାରେଣ୍ଟି ନେଇ ଦାବି କରି ଆସୁଛନ୍ତି ଚାଷୀମାନେ ।
ତେବେ ଖରା ଓ ଶୀତରେ ଏକ ମାସରୁ ଅଧିକ ସମୟ ଧରି ଆନ୍ଦୋଳନରେ ବସି ରହିଛନ୍ତି ଲକ୍ଷ ଲକ୍ଷ ଚାଷୀ। ସରକାର ଯେପର୍ଯ୍ୟନ୍ତ ଦାବି ପୂରଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ସୂଚନା ଦେଇଛନ୍ତି ।

