କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଙ୍ଗଠନର ଆଜିଠୁ ଆମରଣ ଅନଶନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏପରିକି ଆଇନ ପ୍ରତ୍ୟାହାର ନକଲେ ପରିସ୍ଥିତି ଭୟଙ୍କର ହେବ ଏକପ୍ରକାର ଧମକ  ଦେଇଛନ୍ତି । ଏଥିସହ ଆଜିଠୁ ଆମରଣ ଅନଶନ ପାଇଁ ଘୋଷଣା ମଧ୍ୟ କରାଯାଇଛି । ଏହି ଆମରଣ ଅନଶନ ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏଁ ଚାଲିବ ବୋଲି ଚାଷୀ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଏଣିକି ଆଇନ ପ୍ରତ୍ୟାହାର ଛଡା ସରକାରଙ୍କର ଆଉ କୌଣସି ବାର୍ତ୍ତା ଶୁଣାଯିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ଚାଷୀ ସଂଗଠନ । ଆନ୍ଦୋଳନ ୧୯ ଦିନରେ ପହଞ୍ଚିଥିବାବେଳେ ଆଜିଠାରୁ ଜିଲ୍ଲାସ୍ତରରେ ପ୍ରତିବାଦ ପାଇଁ ଅଣ୍ଟା ଭିଡିଛନ୍ତି ଚାଷୀ ।

ନିଜର ଭବିଷ୍ୟତ ପାଇଁ ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ଚାଷୀ । ସେମାନଙ୍କୁ ବଳ ଯୋଗାଇବା ପାଇଁ ହଜାର ହଜାର ଚାଷୀ ରାଜସ୍ଥାନରୁ ଆସି ଆନ୍ଦୋଳନ ସ୍ଥଳରେ ପହଁଚିଛନ୍ତି ।

ସେହିପରି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । କୃଷି ଆନ୍ଦୋଳନକୁ ସମର୍ଥନ କରି କେଜ୍ରିୱାଲ ଗୋଟେ ଦିନ ଅନଶନ କରିବେ ବୋଲି ପ୍ରକାଶ କରିଛନ୍ତି । ପୂର୍ବରୁ ଏହି ବିଲକୁ ବିରାେଧ କରି ପଞ୍ଜାବ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (ଜେଲ୍) ଲକ୍ଷ୍ମୀନ୍ଦର ସିଂହ ଜଖର ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

Leave a Reply