ମଣ୍ଡିରେ ଉଠୁନି ଧାନ, ହନ୍ତସନ୍ତ ଚାଷୀ
1 min readନନ୍ଦିଘୋଷ ବ୍ୟୁରୋ: ଚାଷୀକୁଳକୁ ସରକାର ଅଣଦେଖା କରୁଛନ୍ତିl ମଣ୍ଡିରେ ଅବ୍ୟବସ୍ଥା ଜାରି ରହିବା ସହ ଚାଷୀଙ୍କ ଉପରେ ଶୋଷଣ ବଢି ବଢି ଚାଲିଛି। ଯାହାକୁ ନେଇ ବିଧାସଭା ଷ୍ଟାଣ୍ଡିଂ କମିଟିରେ ଉଦବେଗ ପ୍ରକାଶ ପାଇଛି। ଖୁବଶୀଘ୍ର ବିଧାନସଭାର ଷ୍ଟାଣ୍ଡିଂ କିମଟି ସଦସ୍ୟ ଧାନମଣ୍ଡି ବୁଲିବା ସହ ଚାଷୀଙ୍କ ଦୁଃଖ ବୁଝିବେ। ମଣ୍ଡିରେ କଟନି ଛଟନି ଲାଗି ରହିଥିବାରୁ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର କାଡ଼ାମ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ଯାହାକୁ ନେଇ ଶାସକ ଓ ବିରୋଧୀ ମୁହାମୁହିଁ ।
ମଣ୍ଡିରେ ଉଠୁନି ଧାନ, ହନ୍ତସନ୍ତ ଚାଷୀ। ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକରେ ଝଡ଼। ମଣ୍ଡିରେ ମିଲର ରାଜ, ଚୁପ ସରକାରୀ ଅଧିକାରୀ। ସମସ୍ୟା ପାଇଁ ମଣ୍ଡି ବୁଲିବ ବିଧାନସଭା କମିଟି। ରାଜ୍ୟ ସରକାରଙ୍କ ଘୋଷଣା ଗୋଟେ ପଟେ,ବାସ୍ତବତା କିନ୍ତୁ ଓଲଟା। ମଣ୍ଡିରୁ ଧାନ ଉଠି ପାରୁନି। କଟନି ଛଟନିରୁ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ସରକାରୀ ଅଧିକାରୀନେ ଚୁପ ବସିଛନ୍ତି।ଯାହାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଉଦବେଗ ପ୍ରକାଶ ପାଇଛି। କମିଟିର ଅଧ୍ୟକ୍ଷ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଧାନ ମଣ୍ଡି ସମସ୍ୟା ନେଇ ଯୋଗାଣ ବିଭାଗ ଅଧିକାରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ମଣ୍ଡିରେ ଧାନ ଉଠୁନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି।ଖୁବଶୀଘ୍ର ବିଧାନଭା କମିଟି ଧାନ ମଣ୍ଡି ବୁଲିବା ସହ ଚାଷୀଙ୍କ ସମସ୍ୟା ପ୍ରଚାରି ବୁଝିବେ। ରାଜ୍ୟ ସରକାର ଭାଷଣବାଜିରୁ ଦୂରେଇ ରହି ଚାଷୀଙ୍କ ସମସ୍ୟା ଦୂର କରିବାକୁ ଦାବି କରିଛି କମିଟି। ବିଜେଡି ମଧ୍ୟ ବିଧାନସଭା କମିଟି ନିଷ୍ପତିକୁ ସ୍ବାଗତ କରିବା ସହ ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରିଛି।
ରାଜ୍ୟରେ ଅନେକ ଜିଲ୍ଲାରେ ମଣ୍ଡି ଠିକ ଭାବେ ଖୋଲି ନାହିଁ ବୋଲି କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଛି। ଦଲାଲଙ୍କ କବଜାରେ ଧାନ ମଣ୍ଡି ଥିବାବେଳେ ସମସ୍ୟା ବଢ଼ି ବଢ଼ି ଚାଲିଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ସେପଟେ ଉତ୍ତର ରଖି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ୬ ମାସର ବିଜେପି ସରକାର ମଣ୍ଡି ସମସ୍ୟା ଦୂର କରିବାକୁ ନେଇଛନ୍ତି ଅନେକ ପଦକ୍ଷେପ। ଜାନୁଆରୀ ମାସ ଦ୍ବିତୀୟ ସପ୍ତାହ ପରେ ରାଜ୍ୟର ବିଭିନ୍ନ ଧାନମଣ୍ଡି ବୁଲିବ ବିଧାନସଭା କମିଟି। ଦେଖିବାର କଥା କମିଟି ପ୍ରସ୍ତାବକୁ କେତେ ଗୁରୁତ୍ବ ଦେଉଛନ୍ତି ସରକାର। ଏଥିରେ ଚାଷୀମାନଙ୍କ ଦୁଃଖ ଦୂର ହେଉଛି ନାଁ ଯଥା ପୂର୍ବଂ ତଥା ପରଂ ନୀତିରେ ଚାଲିବ ମଣ୍ଡି ।