spot_img

Latest Posts

ନବୀନଙ୍କୁ ଗଜା ଧାନ ଦେଖାଇ କାନ୍ଦି ପକାଇଲେ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗଜା ଧାନ ଦେଖାଇ କାନ୍ଦି ପକାଇଲେ ଚାଷୀ। ଅଦିନିଆ ବର୍ଷା କେମିତି ମେରୁଦଣ୍ଡ ଭାଙ୍ଗି ଦେଇଛି, ଫସଲ ଉଜାଡ଼ି ଦେଇଛି, ତାହା ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି ପୁରୀ ସତ୍ୟବାଦୀ ଅଞ୍ଚଳର ଚାଷୀ। ଅଦିନିଆ ବର୍ଷା ଉପକୂଳ ଜିଲ୍ଲାରେ ବ୍ଯାପକ କ୍ଷୟକ୍ଷତି କରିଛି। କିନ୍ତୁ ଏଯାଏ ସରକାରୀ ସାହାଯ୍ଯ ଚାଷୀଙ୍କ ପାଖରେ ପହଞ୍ଚି ନାହିଁ। ଏପରିକି କେତେକ ଅଞ୍ଚଳରେ ସରକାରୀ ଅଧିକାରୀଙ୍କ ପାଦ ବି ପଡି ନାହିଁ। ଏପରି ସ୍ଥିତିରେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଚାଷୀଙ୍କ ଦୁଃଖ ବୁଝୁଛନ୍ତି ନବୀନ ପଟ୍ଟନାୟକ। ସତ୍ଯବାଦୀ ରେ ଚାଷୀ କହିଛନ୍ତି, ବର୍ତ୍ତମାନର ସରକାର କାମକୁ ନୁହନ୍ତି। କେବଳ ନବୀନ ହିଁ ଭରସା। ଏହା କହି ସେମାନେ କାନ୍ଦି ପକାଇଥିଲେ। ନବୀନ ପ୍ରତିଶୃତି ଦେଇଛନ୍ତି, ଚାଷୀଙ୍କ ଦୁଃଖ ସରକାରଙ୍କ କାନରେ ପକାଇବେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ନବୀନ ପଟ୍ଟନାୟକ।

Latest Posts

Don't Miss