spot_img

Latest Posts

କୃଷକ ଆନ୍ଦୋଳନକୁ ରୋକିବା ପାଇଁ ରାସ୍ତା ମଝିରେ ଠିଆ ହେଲା କଂକ୍ରିଟ ପଚେରୀ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଦିଲ୍ଲୀ ସୀମାରେ ସମରସଜ୍ଜା। ଆନ୍ଦୋଳନସ୍ଥଳରେ ୪-୫ ଫୁଟ ଉଚ୍ଚର କଂକ୍ରିଟ ପାଚେରୀ ନିର୍ମାଣ କରିଛି ପୋଲିସ। କଂକ୍ରିଟ ପାଚେରୀ ଯୋଗୁ ଏବେ ଦିଲ୍ଲୀ-ଚଣ୍ଡିଗଡ଼ ଜାତୀୟ ରାଜପଥ ଦେଇ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। କାନ୍ଥର ଦୁଇ ପାର୍ଶ୍ୱରେ ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ନିର୍ମାଣ ହୋଇଛି। ଏହାଛଡ଼ା ଆନ୍ଦୋଳନସ୍ଥଳରେ ରଖାଯାଇଥିବା ଅସ୍ଥାୟୀ ଶୌଚାଳୟ ଓ ପିଇବା ପାଣି ବ୍ୟବସ୍ଥା ମଧ୍ୟ ବନ୍ଦ କରିଦେଇଛି ପୋଲିସ। ଯାହାକୁ ନେଇ ଅସନ୍ତୋଷ ବଢୁଛି।

ସେପଟେ ଗାଜିପୁର, ଟିକିରି ଓ ସିଂଘୁ ସୀମାରେ ଚାଷୀଙ୍କ ଉପରେ ନଜର ରଖିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତା ଅକ୍ଟୋବର ମଧ୍ୟରେ ଚାଷୀଙ୍କ ଦାବି ନମାନିଲେ ଦେଶବ୍ୟାପୀ ଟ୍ରାକ୍ଟର ରାଲି କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ଚାଷୀଙ୍କ ପ୍ରତି ଦିଲ୍ଲୀ ପୋଲିସ ଅତ୍ୟଧିକ କଠୋର ବ୍ୟବହାର କରୁଥିବା ବେଳେ ସହାୟତାର ହାତ ବଢ଼ାଇଛନ୍ତି ସ୍ଥାନୀୟ ଲୋକେ। ଗତ କିଛିଦିନ ତଳେ ଚାଷୀଙ୍କୁ ସୀମାରୁ ହଟେଇବାକୁ କେତେକ ଦୁର୍ବୃତ୍ତ ଆନ୍ଦୋଳନ ସ୍ଥଳରେ ହିଂସା ଭିଆଇଥିଲେ।

ସେମାନେ ରାଜନୈତିକ ଗୁଣ୍ଡା ବୋଲି ଚାଷୀ କହିଛନ୍ତି। ସେପଟେ ହରିୟାଣାର ଜିନ୍ଦରେ ଆଜି ଚାଷୀଙ୍କ ମହାପଞ୍ଚାୟତ ବସୁଛି। ଏଥିରେ ଚାଷୀ ନେତା ରାକେଶ ଟିକାୟତ ସାମିଲ ହେବେ। ସେଠାରେ ଚାଷୀ ଆନ୍ଦୋଳନ ନେଇ ଆଗାମୀ ରଣନୀତି ପ୍ରସ୍ତୁତ ହେବ। ସେପଟେ ଆଜି ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବ।

Latest Posts

Don't Miss