spot_img

Latest Posts

ତେଜୁଛି ଚାଷୀ ଆନ୍ଦୋଳନ : MSP ଗ୍ୟାରେଣ୍ଟି ଦାବିରେ ଅଟଳ ସଂଯୁକ୍ତ କୃଷକ ମୋର୍ଚ୍ଚା

ହରିୟାଣା : MSP ଗ୍ୟାରେଣ୍ଟି ଦାବିରେ ଅଟଳ ସଂଯୁକ୍ତ କୃଷକ ମୋର୍ଚ୍ଚା। ଟ୍ରାକ୍ଟର ରାଲି କରି ଦମ ଦେଖାଇଲେ ଚାଷୀ। ହରିୟାଣାର ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ଯାରେ ଚାଷୀ ଆଜି ଟ୍ରାକ୍ଟର ରାଲିରେ ସାମିଲ ହୋଇଥିଲେ। ଅମ୍ବାଲାରେ ଟ୍ରାକ୍ଟର ମାର୍ଚ୍ଚ କରିଥିଲେ କୃଷକ ସଂଗଠନ। ଚାଷୀଙ୍କ ବିଭିନ୍ନ ଦାବି ନେଇ ପ୍ରତିବାଦ କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଗୋଟିଏ ଧାଡ଼ିରେ ଯାଇ ଶାନ୍ତପୂର୍ଣ୍ଣ ଭାବେ ଟ୍ରାକ୍ଟର ପ୍ରତିବାଦ କରିଥିଲେ କୃଷକ। କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ଦେଇ ଦାବି ପୂରଣ କରିବାକୁ ସ୍ଵର ଉତ୍ତୋଳନ କରିଥିଲେ।

ଏମଏସପି ଗ୍ୟାରେଣ୍ଟି ନେଇ ସଶକ୍ତ ଆଇନ ସହ ବିଭିନ୍ନ ଦାବି ନେଇ ଦିଲ୍ଲୀ ସୀମାନ୍ତ ଶମ୍ଭୁ ସୀମାରେ ଅଟକି ରହିଛନ୍ତି ଚାଷୀ। ଆଜି କୃଷକ ସଂଗଠନ ପକ୍ଷରୁ ଟ୍ରାକ୍ଟର ରାଲି କରି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି। ଆସନ୍ତା ୧୮ରେ କରିବେ ରେଳରୋକ। ଏଥିରେ ପଞ୍ଜାବ ଓ ହରିୟାଣାର ସମସ୍ତ ଚାଷୀ ସାମିଲ ହେବାକୁ ଆହ୍ଵାନ କରିଛନ୍ତି ଚାଷ ସଂଗଠନ। ପଞ୍ଜାବର ୧୩ ହଜାରରୁ ଅଧିକ ଗ୍ରାମବାସୀ ନିଜ ନିଜ ଗାଁ ପାଖରେ ଥିବା ରେଳଲାଇନକୁ ଯାଇ ଆନ୍ଦୋଳନ କରିବାକୁ ଆହ୍ଵାନ କରିଛି କୃଷକ ସଂଗଠନ। ଗତ ଶନିବାର ଦିନ ଦିଲ୍ଲୀ ଚଲୋ ଡାକରା ଦେଇ ପୁଣି ଅଭିଯାନ ଆରମ୍ଭ କରିଥିଲେ ୧୦୧ ଜଣ ଚାଷୀ। ତେବେ ଏହାକୁ ଅଟକାଇଥିଲେ ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କ ଲୁହବୁହା ଗ୍ଯାସ ମାଡ଼ରେ ୨୦ରୁ ଅଧିକ ଚାଷୀ ଆହତ ହୋଇଥିଲେ

Latest Posts

Don't Miss