ସୁବର୍ଣ୍ଣପୁର ରାଜ ରାସ୍ତାରେ ଗର୍ଜିଲେ ଚାଷୀ; ମେଗା ଜଳ ସେଚନ ପ୍ରକଳ୍ପରୁ ଚାଷୀଙ୍କୁ ମିଳୁନି ପାଣି

1 min read

ସୁବର୍ଣ୍ଣପୁର: ଉଠା ଜଳସେଚନ ପ୍ରକଳ୍ପ ହୋଇଛି ହେଲେ ଚାଷୀଙ୍କୁ ମିଳୁନି ପାଣି। ପ୍ରତିବାଦରେ ରାଜ ରାସ୍ତାରେ ଗର୍ଜିଲେ ଚାଷୀ। ସୁବର୍ଣ୍ଣପୁର ସଦର ଛତାପିପଲଠାରେ ଥିବା ମେଗା ଜଳ ସେଚନ ପ୍ରକଳ୍ପରୁ ଚାଷୀଙ୍କ ବିଲକୁ ଆସୁନି ପାଣି। ମରୁଡ଼ିର ସମ୍ମୁଖୀନ ହେଉଛନ୍ତି ଖମ୍ବେଶ୍ବରିପାଳି ସହ ୪ ଟି ପଞ୍ଚାୟତର ଶତାଧିକ ଚାଷୀ। ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲେଇଛନ୍ତି ଚାଷୀ । କିଛି ସମୟ ପାଇଁ ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ଚାଷୀମାନେ।

ଖବର ପାଇ ଘଟଣାସ୍ଥଳରେ ଉଠା ଜଳ ସେଚନ ବିଭାଗର ଯନ୍ତ୍ରୀଙ୍କ ସହିତ ପ୍ରଶାସନିକ ଅଧିକାରୀ ପହଞ୍ଚି ପ୍ରତିଶ୍ରୁତି ଦେଲା ପରେ ରାସ୍ତାରୋକ ହଟିଥିଲା। ତେବେ ପ୍ରତିଶ୍ରୁତି ଅନୁଯାୟୀ ୩ ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।