ଖରିଫ ପଞ୍ଜିକରଣରେ ଜଟିଳ ପ୍ରକ୍ରିୟାକୁ ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ

ନନ୍ଦିଘୋଷ ବ୍ୟୁରୋ; ଖରିଫରେ ଜାରି ରହିଛି କଟନି ଛଟନି କୁଇଣ୍ଟାଲ ପିଛା କଟାଯାଉଛି ୮ରୁ ୧୦ କେଜି ଧାନ ଏନେଇ ଖୋଦ ଅଭିଯୋଗ କରିଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ତଥା ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ଧାନ ପଞ୍ଜିକରଣ ଜଟିଳରେ ବ୍ୟବସ୍ଥା ଖରିଫରେ ଧାନ କଟାଯିବାକୁ ନେଇ ବିଧାନସଭା କମିଟି ବୈଠକରେ ପ୍ରକାଶ ପାଇଛି ଉଦବେଗ ତୁରନ୍ତୁ ପଞ୍ଜିକରଣ ସରଳ କରିବା ସହ କଟନି ଛଟନି ବନ୍ଦ କରିବାକୁ ଦାବି ହୋଇଛି ସେହିପରି ବିଜେଡି କଂଗ୍ରେସ ବିଧାୟକ ମଧ୍ୟ ଧାନର କଟନି ଛଟନି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି

ଖରିଫ ପଞ୍ଜିକରଣରେ ଜଟିଳ ପ୍ରକ୍ରିୟାକୁ ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ ସରକାରଙ୍କ ଜଟିଳ ନିୟମ ଯୋଗୁଁ ବାଧା ହେଉଛି ପଞ୍ଜିକରଣ ଧାନ ପଞ୍ଜିକରଣକୁ ସରଳୀକରଣ କରିବାକୁ ବିଧାନସଭା ଗୃହ କମିଟିରେ ପ୍ରକାଶ ପାଇଛି ଉଦବେଗ ପବ୍ଲିକ ଅଣ୍ଡରଟେକିଂ କମିଟି ବୈଠକରେ ସରକାରୀ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶାସକ ବିରୋଧୀ ବିଧାୟକ କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନର ପଞ୍ଜିକରଣ ବ୍ୟବସ୍ଥାରେ ଚାଷୀ ହଇରାଶ ହେଉଛନ୍ତି  ତେଣୁ ଗୋଟିଏ ଲେଖାରେ ଚାଷୀ ଯେମିତି ପଞ୍ଜିକରଣ କରିପାରିବ, ସେ ବ୍ୟବସ୍ଥା କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୈଠକ ପରେ ଶାସକ ଦଳର ବିଧାୟକଙ୍କ କହିବା କଥା, ଖରିଫ ଧାନ କିଣାରେ ୮ରୁ ୧୦ କେଜି କଟନି ଛଟନି ହେଉଛି ଯାହାର ଫାଇଦା ନେଉଛନ୍ତି ମିଲର ତେଣୁ କମିଟି ଉଦବେଗ ପ୍ରକାଶ କରିବା ସହ, କଟନି ଛଟନିକୁ ବନ୍ଦ କରିବାକୁ ତାଗିଦ କରିଛନ୍ତି

ନିର୍ବାଚନ ପୂର୍ବରୁ ବିଜେପି ଧାନର କଟନି ଛଟନି ସଂପୂର୍ଣ୍ଣ ବନ୍ଦ କରିବ କହି ସରକାରକୁ ଆସିଲା ରବି ପରି ଖରିଫରେ ମଧ୍ୟ ୮ରୁ ୧୦ କେଜି ଧାନ କଟା ଯାଉଛି ବୋଲି ବିରୋଧୀଙ୍କ ପରେ ଖୋଦ ଅଭିଯୋଗ କଲେଣି ଶାସକ ଦଳ ବିଧାୟକ କଂଗ୍ରେସ ଅଭିଯୋଗ କରିଛି, ଲୁଟର ଶିକାର ହେଉଛନ୍ତି ଚାଷୀ ସେହିପରି ଧାନ ପଞ୍ଜିକରଣକୁ ସରଳ କରିବା ସହ କଟନି ଛଟନି ବନ୍ଦ କରିବାକୁ ଦାବି କରିଛି ବିଜେଡି ବିଜେପି କିନ୍ତୁ ଏହାକୁ ମାନିବାକୁ ନାରାଜ ଚାଷୀ କେବଳ ଗୋଟିଏ ସେଲ୍ଫ  ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରାଇ ପଞ୍ଜିକରଣ କରି ପାରିବେ ବୋଲି କହୁଛନ୍ତି ଯୋଗାଣ ମନ୍ତ୍ରୀ ହେଲେ ଗ୍ରାଉଣ୍ଡରେ ଏହା ହେଉନି କାର୍ଯ୍ୟକାରୀ ବିଧାନସଭା କମିଟିରେ ଖୋଦ ଶାସକ ଦଳର ବିଧାୟକ ଉଦବେଗ ପ୍ରକାଶ କରିବା ପରେ ପଦାକୁ ଆସିଛି ସତ