ରାକେଶ ଟିକାୟତଙ୍କ ଚେତାବନୀ, ପୁଣି ଦିଲ୍ଲୀ-ନୋଏଡା ସୀମା ବନ୍ଦ ପାଇଁ ପ୍ରସ୍ତୁତି
1 min read
ନୂଆଦିଲ୍ଲୀ: ଆହୁରି ଜୋରଦାର ହେବ କୃଷି ଆନ୍ଦଳୋନ । ତିନି କୃଷି ଆଇନ୍ ବିରୋଧରେ ମୁଣ୍ଡ ଟେକିଥିବା ଚାଷୀ ଆନ୍ଦୋଳନ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏଭଳି ସମୟରେ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ତିନି କୃଷି ଆଇନ୍ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
ସେ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀ-ନୋଏଡା ସୀମା ବନ୍ଦ କରିବାକୁ ଚାଷୀମାନେ ପ୍ରସ୍ତୁତ ହେଉଛନ୍ତି । ତେବେ କେବେ ସୀମା ସିଲ୍ ହେବ ସେନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ତିନି କୃଷି ଆଇନ ପ୍ରତ୍ୟାହାର କରିବା ସହ ଏମଏସପିକୁ ଆଇନରେ ପରିଣତ କରିବା ପାଇଁ ଦାବି କରିଛନ୍ତି ଚାଷୀ ସଙ୍ଗଠନ। ଅପରପକ୍ଷେ ମାର୍ଚ୍ଚ ୨୬ ତାରିଖରେ ଭାରତ ବନ୍ଦ ହେଲେ ଆମେ ଦିଲ୍ଲୀ-ନୋଏଡାକୁ ଯୋଡୁଥିବା ଚିଲ୍ଲା ବର୍ଡରକୁ ବି ବନ୍ଦ କରିବୁ । ଆବଶ୍ୟକ ସ୍ଥଳେ ଚିଲ୍ଲା ବର୍ଡରରେ ଗାଜିପୁର ସୀମା ଭଳି ଆନ୍ଦୋଳନ କରିବୁ ।
ପ୍ରାୟ ୪ ମାସ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଏହି ସମୟରେ ଅନେକ ଚାଷୀଙ୍କ ଜୀବନ ମଧ୍ୟ ଗଲାଣି।ଚାଷୀନେତା ମାନେ ଏବେ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିବା ସହ ତିନି କୃଷି ଆଇନ୍ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଗତ ୪ ମାସ ହେବ ନୂଆ କୃଷି ଆଇନକୁ ବିରୋଧ କରି ଦେଶରେ କୃଷକ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି । ଖାସକରି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ଗ୍ରାମୀଣ ଅଞ୍ଚଳରୁ ମହିଳା ମାନେ ଆନ୍ଦୋଳନରେ ସାମିଲ ହେବା ପାଇଁ ଆସିଥିଲେ। ଆମେରିକାର ପ୍ରତିଷ୍ଠିତ ପତ୍ରିକା ଟାଇମ୍ ମାଗାଜିନର କଭର ପେଜରେ ସ୍ଥାନ ପାଇଛି କୃଷକ ଆନ୍ଦୋଳନ। ଏହି ମାଗାଜିନ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା କିଛି ଆନ୍ଦୋଳନରତ ମହିଳାଙ୍କ ଫଟୋକୁ କଭର ପେଜରେ ଛାପିଥିଲା।
ଏଥିସହିତ ପଢନ୍ତୁ- ବ୍ରିଟେନ ସଂସଦରେ ଚାଷୀ ଆନ୍ଦୋଳନ ତାତି