ଚାଷୀ ଆନ୍ଦୋଳନରୁ ରାଜନୀତି, ଗୁରନାମ ଗଢିଲେ ପାର୍ଟି

ଅମୃତସର: ନିର୍ବାଚନ ମୈଦାନକୁ ଓହ୍ଲାଇଲେ ଚାଷୀ ନେତା । ନୂଆ ଦଳ ଗଠନ କରିଛନ୍ତି ଚାଷୀ ନେତା ଗୁରନାମ ସିଂ ଚରୁନୀ । ସଂଯୁକ୍ତ ସଂଘର୍ଷ ପାର୍ଟି ନାମରେ ନୂଆ ଦଳ ଘୋଷଣା କରିଛନ୍ତି ଗୁରନାମ । ବିଧାନସଭା ନିର୍ବାଚନରେ ପଞ୍ଜାବର ସମସ୍ତ ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଗୁରନାମ । ରାଜନୀତି ଏବେ ପ୍ରଦୂଷିତ ହେବାରେ ଲାଗିଛି । ଏହାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ପୁଞ୍ଜିପତିଙ୍କ ପାଇଁ ଏବେ ସମସ୍ତ ରାଜନୈତିକ ଦଳ କାମ କରୁଛନ୍ତି ।

ସାଧାରଣ ଲୋକ, ଗରିବ ଶ୍ରେଣୀର ଲୋକ, ଚାଷୀ ମାନେ ଏବେ ଅନେକ ସମସ୍ୟାରେ ଦିନ କାଟୁଛନ୍ତି । ସେମାନଙ୍କ ପାଇଁ କୌଣସି ସରକାରଙ୍କ ପାଖରେ କିଛି ଭିଜନ୍ ନାହିଁ । ଏଣୁ ସଂଯୁକ୍ତ ସଂଘର୍ଷ ପାର୍ଟି ସାଧାରଣ ଲୋକଙ୍କ ସ୍ବର ହେବ ବୋଲି କହିଛନ୍ତି ଗୁରନାମ । ଭାରତୀୟ କିଷାନ ସଂଘର ହରିଆଣା ମୁଖ୍ୟ ଅଛନ୍ତି ଗୁରନାମ । ଚାଷୀ ଆନ୍ଦୋଳନରେ ଭାଗ ନେଇ ବେଶ ଚର୍ଚ୍ଚାରେ ଥିଲେ ଗୁରନାମ ସିଂ ଚରୁନୀ ।

Leave a Reply