spot_img

Latest Posts

ଦ୍ୱିତୀୟ ଦିନରେ ବି ରାଜ୍ୟସଭାରେ ହଙ୍ଗାମା: ୩ ସାଂସଦଙ୍କୁ ଗୃହରୁ ବାହାରିବାକୁ ନୋଟିସ୍

ନୂଆଦିଲ୍ଲୀ: ଚାଷୀ ପ୍ରସଙ୍ଗରେ ସଂସଦରେ ଗତିରୋଧ ଲାଗି ରହିଛି। ଆଜି ଦ୍ୱିତୀୟ ଦିନରେ ବି ରାଜ୍ୟସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। ଆରମ୍ଭରୁ ନାରାବାଜି ଯୋଗୁ ୯ଟା ୪୦ ଯାଏ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା । ବିରୋଧ ପ୍ରଦର୍ଶନ ପାଇଁ ୩ ଆପ୍‌ ସାଂସଦଙ୍କୁ ଗୃହରୁ ବାହାର କରିବା ପାଇଁ ନୋଟିସ୍ ବି କରାଯାଇଛି।

ସୂଚନା ଅନୁଯାୟୀ, ଆପ ସାଂସଦ ସଞ୍ଜୟ ସିଂ, ସୁଶୀଲ ଗୁପ୍ତା ଓ ଏନ୍‌ଡି ଗୁପ୍ତାଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଗୃହରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ସଂସଦ ଭିତରେ ସଦସ୍ୟମାନେ ମୋବାଇଲ ବ୍ୟବହାର କରିବାକୁ ନେଇ ଗୃହମୁଖ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗୃହ ଚାଲିଥିବା ବେଳେ ରେକର୍ଡିଂ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ଗୃହର ଅବମାନନା ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁ କହିଛନ୍ତି।

ଅନ୍ୟପଟେ ଚାଷୀ ପ୍ରସଙ୍ଗରେ ସଂସଦରେ ହେବ ସାଢେ ୧୪ ଘଣ୍ଟାର ଆଲୋଚନା। ଏନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ସହମତି ହୋଇଛି। ଏଥିପାଇଁ ରାଜ୍ୟସଭାରେ ଦୁଇ ଦିନ ପାଇଁ ପ୍ରଶ୍ନକାଳ ହେବନାହିଁ।

 

Latest Posts

Don't Miss