ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା, ଚାଷ ଜମି ପାଲଟିଛି ପୋଖରୀ

ଗଞ୍ଜାମ: ଅବପାତ ପରେ ଲଗାଣ ବର୍ଷା  ଭାଙ୍ଗି ଦେଇଛି ଚାଷୀର ମେରୁ ଦଣ୍ଡ । ସହ ସହ ହେକ୍ଟର ଚାଷ ଜମି ଏବେ ଜଳ ମଗ୍ନ । ପହିଲି ବର୍ଷା ଠିକ ସମୟରେ ହୋଇଥିବାରୁ ଚାଷୀ ମନରେ ଅନେକ କିଛି ଉଙ୍କି ମାରିଥିଲା । ଧାରକରଜ ଆଣି ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷ ଜମିରେ ସୁନାର ଫସଲ ଫଳିବ ବୋଲି ଚାଷୀ ମନରେ ଆଶା ବାନ୍ଧି ରଖିଥିଲା । ହେଲେ ଲଘୁଚାପ ବର୍ଷା ସବୁ କିଛି ଛଡ଼ାଇ ନେଇଛି । ଧାର କରଜ ଶୁଝିବ ଓ ନିଜ ପରିବାର ଚଳାଇବ, ସେ ସପ୍ନ ଏବେ ସପ୍ନ ରେ ହିଁ ରହିଗଲା ।

ସହ ସହ ହେକ୍ଟର ହେକ୍ଟର ଚାଷ ଜମି ରେ ପାଣି ଲହଡା ମାରୁଛି । ଆଉ ସେହି  ଚାଷ ଜମି ଭିତରେ ଏତେ ପାଣି ଜେ ସ୍ଥାନୀୟ ଲୋକେ ପାଣି ରେ ପଂହରୁଥିବା ଦେଖିବାକୁ ମିଳିଛି ।  ଏଭଳି ଦୃର୍ଷ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଶିଆଳିଆ ରାସ୍ତା ପାର୍ଶ୍ୱର ହେକ୍ଟର ହେକ୍ଟର ଚାଷ ଜମିରେ । ତେବେ କାକିନାଡ଼ାରେ ଅବପାତ କାରଣରୁ ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ଲଗାଣ ବର୍ଷା । ତୁହାକୁ ତୁହା ବର୍ଷା କାରଣରୁ ଗଞ୍ଜାମ ଏବଂ ଗଜପତିରେ ଜିଲ୍ଲା ପୁରା ବେହାଲ ହୋଇଛି ।

Leave a Reply