spot_img

Latest Posts

ହିନ୍ଦୋଳରେ ପୁଣି ଜଣେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳ ହିନ୍ଦୋଳରେ ପୁଣି ଜଣେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା। ମହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁରେ ଜଣେ ଚାଷୀ ଧାନବିଲ ଦେଖିବାକୁ ଗତକାଲି ସନ୍ଧ୍ୟା ବେଳେ ଯାଇଥିଲେ। ସେ ଘରକୁ ନଫେରିବାରୁ ଆଜି ସକାଳୁ ଘର ଲୋକେ ଖୋଜା ଖୋଜି କରିବା ପରେ ଗାଁ ପୋଖରୀ ନିକଟରେ ତାଙ୍କ ମୃତଦେହ ଠାବ କରିଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବା ଯୋଗୁ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଆଉ ଏକ ମଇଁଷିକୁ ମଧ୍ୟ ମାରିଦେଇଛି ଦନ୍ତା। ହିନ୍ଦୋଳରେ ଚଳିତ ସପ୍ତାହରେ ଚାରି ଜଣଙ୍କୁ ମାରିଦେଲାଣି ଦନ୍ତା। ମୃତକ ହେଉଛନ୍ତି ସୁଧାକର ସାମଲ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଓ ବନ ବିଭାଗ ଅଧିକାରୀ ପହଂଚି ଶବକୁ ପୋଷ୍ଟ ମଟମ ପାଇଁ ପଠାଇଛନ୍ତି। ଦୁଇ ଦିନ ତଳେ ହାତୀ ୩ ଜଣଙ୍କୁ ମାରିବା ଘଟଣାରେ ଜଣେ ଫରେଷ୍ଟର ଏବଂ ହିନ୍ଦୋଳ ରେଞ୍ଜରଙ୍କୁ ନିଲମ୍ବନ କରାଯାଇଥିଲା।

Latest Posts

Don't Miss