spot_img

Latest Posts

କୁଡ଼ିଆ ଭିତରୁ ଟେକି ନେଇ ଦଳିଦେଲା ଦନ୍ତା

ଢେଙ୍କାନାଳ: ଦଳିଦେଲେ ଦନ୍ତା। ଢେଙ୍କାନାଳରେ ବଢ଼ିଚାଲିଛି ଗଜରାଜ ଆତଙ୍କ। ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ। ଢେଙ୍କାନାଳ ସଦର ରେଞ୍ଜ ଗହମଖୁଣ୍ଟି ଗାଁରେ ଦନ୍ତା ଆକ୍ରମଣରେ ଚାଷୀ ରମେଶ ସାହୁଙ୍କ ମୃତ୍ୟୁ ହୋଇଛି। ଖବର ପାଇ ବନବିଭାଗ ଟିମ ପହଞ୍ଚି ତଦନ୍ତ କରୁଛି। ଗତକାଲି ବିଳମ୍ବିତ ରାତିରେ ଗହମଖୁଣ୍ଟି ନିକଟରେ ପରିବା ବାଡ଼ି ଜଗିଥିବା ସମୟରେ କୁଡ଼ିଆ ଭିତରୁ ଟେକି ନେଇ ଦନ୍ତା ତାଙ୍କୁ ଦଳି ଦେଇଥିଲା।

ରମେଶ ସାହୁ ଜଣେ ଗରିବ ଚାଷୀ ହୋଇ ଥିବାରୁ ତୁରନ୍ତ ବନବିଭାଗ ପକ୍ଷରୁ ତାଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।  ସୂଚନା ଅନୁସାରେ ଗାଁକୁ ଅଧିକାଂଶ ସମୟରେ ହାତୀ ପଶି ବ୍ୟାପକ ଫସଲ ନଷ୍ଟ ସହ ଘରଦ୍ୱାର ଭାଙ୍ଗିଥିବା ନଜିର ରହିଛି। ଅଞ୍ଚଳରେ ଗୋଟିକିଆ ଦନ୍ତା ଆତଙ୍କ ଖେଳାଇଆସୁଥିବାରୁ ହାତୀ ଘଉଡାଇବାକୁ ମଧ୍ୟ ଦାବି ଜୋର ଧରିଛି। ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

Latest Posts

Don't Miss