ଚାଷୀ ନେତା ରାକେଶ ଟିକାୟତଙ୍କ କନଭୟ ଉପରେ ଆକ୍ରମଣ
1 min read
ଜୟପୁର: ରାକେଶ ଟିକାୟତଙ୍କ କନଭୟ ଉପରେ ଆକ୍ରମଣ । ରାଜସ୍ଥାନରେ ପହଞ୍ଚିଥିବା ଭାରତୀୟ ଚାଷୀ ସଂଗଠନର ନେତା ଓ ମୁଖପାତ୍ର ରାକେଶ ଟିକାୟତଙ୍କ କନଭୟ ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଅଲୱର ଜିଲ୍ଲାରେ ହୋଇଛି । ଆକ୍ରମଣରେ ଟିକାୟତ୍ଙ୍କ କାରର କାଚ ଭାଙ୍ଗି ଦିଆଯାଇଛି । ଟିକାୟତଙ୍କ କନଭୟ ଯାଉଥିବା ସମୟରେ ତାଙ୍କୁ କଳା ପତାକା ଦେଖାଯାଇଥିଲା । କନଭୟ ଉପରକୁ ଆକ୍ରମଣ ହୋଇଥିବା ନେଇ ଟିକାୟତ୍ ଟ୍ୱିଟ୍ କରି କହିଛନ୍ତି । ରାଜସ୍ଥାନରେ ଅଲୱର ଜିଲ୍ଲାର ତତାରପୁରର ବାନସୁର୍ ରୋଡରେ ବିଜେପିର କିଛି ଗୁଣ୍ଡା ମୋ ଉପରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଲୋକତନ୍ତ୍ରଣର ହତ୍ୟା ବୋଲି ଟିକାୟତ୍ କହିଛନ୍ତି ।
ରାକେଶ ଟିକାୟତ୍ ଆହୁରି କହିଛନ୍ତି, ‘ମୋ ଗାଡ଼ିର କାଚକୁ ଭାଙ୍ଗି ଦିଆଯାଇଛି । ବିଜେପିର ବିଧାୟକ କିଛି ଲୋକଙ୍କୁ ପଠାଇଥିଲେ। ସେମାନେ ଏଠାରେ ହାତାହାତି ହୋଇଥିଲେ। ଆମ ସମର୍ଥକଙ୍କୁ ସେମାନେ ମାରପିଟ୍ କରିଥିଲେ। ଆମ ସମର୍ଥକଙ୍କୁ ଆଘାତ ଲାଗିଛି। କିନ୍ତୁ ଆମର ଆନ୍ଦୋଳନ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ।
ସୂଚନା ଯୋଗ୍ୟ ଯେ, ଓଡ଼ିଶା ଗସ୍ତ ବେଳେ କଟକ ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା । ଫଳରେ ଗୁରୁଦ୍ୱାର ସମ୍ମୁଖରେ ଦୀର୍ଘ ସମୟ ଧରି ଆତଙ୍କ ଲାଗି ରହିଥିଲା ।
https://twitter.com/RakeshTikaitBKU/status/1377942417026940928