ମହୁଠାରୁ ବି ମିଠା କଥା କହିଲେ ମୋଦି, ହେଲେ ଭରସା ପାଉନି; ରାକେଶ ଟିକାୟତ

1 min read

ନୂଆଦିଲ୍ଲୀ: ବହୁ ଦିନ ଧରି ଲାଗି ରହିଥିବା ବିବାଦ ଉପର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ମୋଦି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରାଯିବ ବୋଲି ଗତକାଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି କୃଷି ଆଇନ ପ୍ରତ୍ୟାହର କରିବା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କେବେ କୃଷକ ସଂଗଠନ ଆନ୍ଦୋଳନ ପ୍ରତ୍ୟାହାର କରିବେ । ଏନେଇ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି କି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ଟିଭିରେ କହିଛନ୍ତି । ସେ କହିଛନ୍ତି କି ଯଦି କାଲି ଆମକୁ କାହା ସହ କଥା ହେବାକୁ ପଡ଼ିବ ତେବେ ଆମେ କାହା ସହ କଥା ହେବୁ ବୋଲି ଟିକାୟତ କହିଛନ୍ତି ।

ରାକେଶ ଟିକାୟତ କହିଛନ୍ତି କି ପ୍ରଧାନମନ୍ତ୍ରୀ ଏତେ ମିଠା ହେବା ଦରକାର ନାହିଁ । ସେ ଆହୁରି କହିଛନ୍ତି କି ୭୫୦ ଚାଷୀ ସହିଦ ହେଲେ ୧୦ ହଜାର ଚାଷୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହେଲା । ପ୍ରଧାନମନ୍ତ୍ରୀ ଗତକାଲି ଏପରି ମିଠା ଭାଷାର ବ୍ୟବହାର କଲେ ଯେ ମହୁ ମଧ୍ୟ କମ୍ ପଡ଼ିଯିବ । ସେ ଆହୁରି ମଧ୍ୟ କହିଥିଲେ କି ଯେଉଁ ମିଠା ଭାଷାର ବ୍ୟବହାର କରିଛନ୍ତି ମୋଦି ତାହାକୁ ସେ ବାର୍ତ୍ତାଳପର ରଖନ୍ତୁ । ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଆସୁଥିବାର ଦେଖି ପ୍ରଧାନମନ୍ତ୍ରୀ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ରାକେଶ ଟିକାୟତଙ୍କୁ ପ୍ରଶ୍ନ ହେବାରୁ ସେ କହିଥିଲେ କି ଆମକୁ ଏହାର କାରଣ ଜଣା ନାହିଁ । ପ୍ରତ୍ୟାହାରର କାରଣ ମଧ୍ୟ ଆମେ ଜାଣିବାକୁ ଚାହୁଁ ନାହୁଁ । ଆମେ କେବଳ ଚାହୁଁ କି ଆମର କାମ ସରିଯାଉ ।

ରାକେଶ ଟିକାୟତ କହିଛନ୍ତି କି ଆମେ ପ୍ରଧାନମନ୍ତ୍ରୀଙ୍କୁ ପ୍ରହାର କରିଛୁ ।ଏପରିକି ନିଜ ଲୋକଙ୍କଠାରୁ ମଧ୍ୟ ଉପଦେଶ ଗ୍ରହଣ କରନ୍ତି ନାହିଁ ନରେନ୍ଦ୍ର ମୋଦି । କେବଳ ଏମଏସପି ବୃଦ୍ଧି କରାଯିବା ଉଚିତ୍ ବୋଲି କହିଛନ୍ତି ରାକେଶ ଟିକାୟତ । ଯେତେବେଳେ କୃଷି ଆଇନକୁ ନେଇ ୧୧ତମ ରାଉଣ୍ଡରେ ଆଲୋଚନା କରାଯାଇଥିଲା ସେ ସମୟରେ ଏହି ତିନୋଟି କୃଷି ଆଇନ ପରେ ଏମଏସପି ଉପରେ ଆଲୋଚନା କରାଯିବ । ଏହି ଆଲୋଚନା ଏକ କମିଟି ମାଧ୍ୟମରେ ହେବ । ସେ କହିଛନ୍ତି କି ଅଧା ଦରରେ ଆମେ ଫସଲ ବିକ୍ରି କରୁଛୁ ।  ତେବେ ଆମେ କାହିଁକି ଅଧା ଦରରେ ଆମ ଫସଲ ବିକ୍ରି କରିବୁ ବୋଲି କହିଛନ୍ତି ରାକେଶ ଟିକାୟତ । ଏମଏସପି ଉପରେ ଏକ ସ୍ବତନ୍ତ୍ର ଆଇନ ଆଣିବାକୁ ଆମେ ଦାବି କରୁଛୁ । ସେହିପରି ସ୍ବାମୀ ସ୍ବାମିନାଥନ କମିଟି ବିଷୟରେ ମଧ୍ୟ କିଛି କହିନାହାନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଆଗାମୀ ରଣନୀତି କ’ଣ ରହିବ ବୋଲି ପଚରା ଯିବାରୁ ଆଜି ସିନ୍ଧୁ ବର୍ଡରରେ ଚାଷୀ ସଙ୍ଗଠନଙ୍କ ମହାସମାବେଶ ଅଛି ବୋଲି କହିଲେ ଚାଷୀ ନେତା ରାକେଶ ଟିକେତ । ଏଥିସହ ସେ କହିଛନ୍ତି ଆଜି ହେବାକୁ ଥିବା ମହାସମାବେଶରେ ଚାଷୀ ଆନ୍ଦୋଳନର ଆଗାମୀ ରଣନୀତି କ’ଣ ହେବ ସ୍ଥିର କରାଯିବ। ଚାଷୀମାନେ ଫେରିଯିବେ ନା ଆଉ କିଛି ଦାବି ଉପସ୍ଥାପନ କରିବେ ତାହା ଉପରେ ନିଷ୍ପତ୍ତି ନିଆଯିବ।

Leave a Reply