ଫଳପ୍ରଦ ହେଲାନି ଆଲୋଚନା, ଫେଲ ମାରିଲେ ସରକାର

1 min read

ନୂଆଦିଲ୍ଲୀ: ପଞ୍ଚମ ବୈଠକ ମଧ୍ୟ ହୋଇପାରିଲା ନାହିଁ ଫଳପ୍ରଦ । ସମସ୍ତ ଯୋଜନା ସ୍ୱତେ ଫେଲ ମାରିଲେ ସରକାର । ଚାଷୀଙ୍କ ଜିଦ ଆଗରେ ପୁଣି ମୁଣ୍ଡ ନୁଆଁଇଲେ ସରକାର  ।  ଆଉ କିଛି ଦିନ ସମୟ ମାଗିଲେ କୃଷିମନ୍ତ୍ରୀ । ପୂର୍ବରୁ ଆନ୍ଦୋଳନରତ ଚାଷୀଙ୍କ ସହ କେନ୍ଦ୍ର ସରକାର ଚାରି ଚାରି ଥର ବୈଠକ କରିଥିଲେ କିନ୍ତୁ ବିଫଳ ହୋଇଥିଲା ଆଲୋଚନା । ସମସ୍ତ ପ୍ରସ୍ତୁତି ସହ ଆଜି ମଧ୍ୟ କେନ୍ଦ୍ର ସରକାରର ଦୁଇ ବରିଷ୍ଠ ମନ୍ତ୍ରୀ ବିଜ୍ଞାନ ଭବନରେ ହୋଇଥିଲେ ଅବତୀର୍ଣ୍ଣ । ପରେ ଚାଷୀଙ୍କ ସହ କରିଥିଲେ ଆଲୋଚନା । ଭାବିଥିଲେ ବୋଧ ହୁଏ ଚାଷୀଙ୍କୁ ମନାଇବାରେ ଆଜି ସଫଳ ହେବେ । ହେଲେ ନା, ଅଟଳ ଚାଷୀଙ୍କୁ ମନାଇବାରେ ପୂର୍ବ ପରି ଫେଲ ମାରିଲେ କୃଷି ମନ୍ତ୍ରୀ ।

ପୁଣି ୪ ଦିନର ମହଲତ ମାଗିବା ସହ ଆସନ୍ତା ୯ ତାରିଖରେ ଆଲୋଚନା କରିବାକୁ ଧାର୍ଯ୍ୟ ହୋଇଛି ସମୟ । ନୂତନ କୃଷି ଆଇନରେ MSP ପ୍ରତ୍ୟାହାର ପ୍ରତିବାଦରେ ଅଟଳ ରହିଥିବା ଚାଷୀଙ୍କୁ ଦାବି ପୂରଣ କରିବାର ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଯଦି ସରକାର ଚାହୁଁଛନ୍ତି ତେବେ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରନ୍ତୁ ବୋଲି ଦାବି ଉପସ୍ଥାପନା କରିଥିଲେ ଚାଷୀ ପ୍ରତିନିଧି ମଣ୍ଡଳୀ । ଆନ୍ଦୋଳନରତ ଚାଷୀଙ୍କ କହିବା ଅନୁଯାୟୀ, ବୈଠକରେ କମିଟି ନିଜର ଦାବି ପୂର୍ବ ପରି ଉପସ୍ଥାପିତ କରିଛି । ଦାବିରେ କୌଣସି ପରିବର୍ତ୍ତନ ଆମେ ଚାହୁଁ ନାହୁଁ ।

ସେପଟେ ଚାଷୀ ପ୍ରତିନିଧି ମଣ୍ଡଳୀରେ ରହିଥିବା ସଦସ୍ୟ ବୁଟା ସିଂଙ୍କ କହିବା ଅନୁଯାୟୀ । ଆମେ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛୁ, ନୂତନ ଆଇନକୁ ପ୍ରତ୍ୟାହୃତ କରାଯାଉ । ଏହି ଦାବିରେ ସଂଗଠନ ସାଲିସ କରିବ ନାହିଁ । ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ବୈଠକରୁ କିଛି ସମୟ ପାଇଁ ବିରତି ନେଇଥିଲେ । ଆପୋସ ଆଲୋଚନା ପାଇଁ ବୈଠକ ଗୃହର ବାହାରକୁ ଯାଇଥିଲେ । ଏବଂ ପରେ ୪ ଦିନର ମହଲତ ମାଗିଥିଲେ । ତେଣୁ ଆସନ୍ତା ୯ ତାରିଖରେ କେନ୍ଦ୍ର ସରକାର ସହ ଚାଷୀ ପ୍ରତିନିଧି ମଣ୍ଡଳୀର ବୈଠକ ବସିବାକୁ ତାରିଖ ଧାର୍ଯ୍ୟ ହୋଇଛି ।

Leave a Reply