ଖୋଲିଲା ଦିଲ୍ଲୀ-ନୋଏଡା ବର୍ଡର; ୧୨ ଦିନ ଧରି ଥିଲା ବନ୍ଦ
1 min readନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ହେଲେ ଦିଲ୍ଲୀ-ନୋଏଡା ଚିଲ୍ଲା ବର୍ଡରରେ ବସିଥିବା ଆନ୍ଦୋଳନରତ ଚାଷୀ ମାନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଲୋଚନା କରିବା ପରେ ଶନିବାର ଦିନ ସେମାନେ ଧାରଣାରୁ ଓହରିଥିଲେ ।
ଯାହା ଫଳରେ ଦୀର୍ଘ ୧୨ ଦିନ ହେବ ବନ୍ଦ ଥିବା ଦିଲ୍ଲୀ-ନୋଏଡା ଚିଲ୍ଲା ବର୍ଡର ଖୋଲିଛି । ଯେଉଁଥିପାଇଁ ଜନସାଧାରଣ ମାନଙ୍କୁ ଯାତାୟାତରେ ଆଉ ଅସୁବିଧା ହେବନାହିଁ ।
Farmers protesting at Chilla border (Delhi-UP) border has opened the border for traffic movement
"Our leader met Defence Minister and Agriculture Minister today, we have been assured that our demands will be fulfilled so we have opened the road," says a farmer. pic.twitter.com/9z0t3uOBg1
— ANI UP/Uttarakhand (@ANINewsUP) December 12, 2020
ସୂଚନା ଅନୁଯାୟୀ କୃଷକଙ୍କ ୫ ଜଣିଆ ଟିମ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନରେ ଭେଟିଥିଲେ। ବୈଠକରେ କୃଷି ମନ୍ତ୍ରୀ ଉପସ୍ଥିତ ରହିଥିବା ବେଳେ ସେମାନେ ମନ୍ତ୍ରୀଙ୍କ ଆଗରେ ୧୮ ସୁତ୍ରୀ ଦାବି ରଖିଥିଲେ ।
ଏସମ୍ପର୍କରେ ଜଣେ କୃଷକ କହିଛନ୍ତି ଯେ ଆମ ନେତାମାନେ ପ୍ରତିରକ୍ଷା ଓ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର ଆମ ଦାବି ପୂରଣ ହେବ ବୋଲି ଆଶ୍ୱାସନା ଦେଇଛନ୍ତି ।