ମୋଦିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା; ଅଜୟ ମିଶ୍ରାଙ୍କ ସହ ମଞ୍ଚରେ ବସନ୍ତୁ ନାହିଁ; ନହେଲେ…

1 min read

ନୂଆଦିଲ୍ଲୀ: ଶୁକ୍ରବାର ଥିଲା ଭାରତ ପାଇଁ ଏକ ଐତିହାସିକ ଦିନ । ବହୁ ଆନ୍ଦୋଳନ ପରେ କୃଷି ଆଇନକୁ ପ୍ରତ୍ୟାହାର କରିବାର ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତି ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି । ସ୍ବାଗତ କରିବା ସହ ମୋଦିଙ୍କ ପାଖକୁ ଏକ ଚିଠି ଲେଖି ଲକ୍ଷ୍ମୀପୁର ଖେରୀ ଘଟଣାରେ ନ୍ୟାୟ ପାଇଁ ଦାବି କରିଛନ୍ତି । ଲକ୍ଷ୍ମୀପୁର ଖେରୀରେ ହୋଇଥିବା ଘଟଣାରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ କୃଷକମାନଙ୍କ ଉପରେ ଗାଡି ଚଢ଼ାଇ ମାରିଥିବାର ଅଭିଯୋଗ ରହିଛି । କିନ୍ତୁ ଆପଣଙ୍କ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ତାଙ୍କୁ ସୁରକ୍ଷିତ ଦେବାରେ ଲାଗିଛନ୍ତି । ଯଦି ଆପଣ କୃଷକମାନଙ୍କ ଭଲ ଚାହୁଁଛନ୍ତି ତେବେ ଆପଣ ଅଜୟ ମିଶ୍ରାଙ୍କ ସହ ମଞ୍ଚରେ ବସନ୍ତୁ ନାହିଁ ବୋଲି ମୋଦିଙ୍କୁ ଚିଠିରେ ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ପ୍ରିୟଙ୍କା ଗାନ୍ଧୀ ଏହି ଚିଠିରେ ମୋଦିଙ୍କୁ ଲେଖିଛନ୍ତି କି ଆପଣ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ, ଦେଶର କୃଷକମାନଙ୍କ ପ୍ରତି ଥିବା ଦାୟିତ୍ବକୁ ଆପଣ ଭଲ ଭାବରେ ବୁଝିଥିବେ । ସବୁ ଦେଶବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ କର୍ତ୍ତବ୍ୟ ନୁହେଁ, ଏହା ପ୍ରଧାନମନ୍ତ୍ରୀଙ୍କ ନୈତିକ ଅଧିକାର । ଗତକାଲି ଆପଣ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ଆପଣ କହିଥିଲେ କି ମୁଁ ସ୍ବଚ୍ଛ ମନ ଏବଂ ହୃଦୟ ସହ ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି କୃଷି ଆଇନକୁ ପ୍ରତ୍ୟାହାର କରିବାର ଐତିହାସିକ ନିଷ୍ପତି ନେଇଥିଲେ । ଆପଣ ଏହା ମଧ୍ୟ କହିଥିଲେ କି କୃଷକମାନଙ୍କ ପ୍ରତି ଆପଣଙ୍କ ଭଲ ଉଦ୍ଦେଶ୍ୟ ଅଛି । ଯଦି ଏହା ସତ୍ୟ ତେବେ ଲକ୍ଷ୍ମୀପୁର ଖେରୀ ମାମଲାରେ ପୀଡିତଙ୍କୁ ନ୍ୟାୟ ଦେବା ଗୁରୁତ୍ବପୂର୍ଣ୍ଣ ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଏବେ ବି ଆପଣଙ୍କ ମନ୍ତ୍ରୀ ମଣ୍ଡଳରେ ଅଛନ୍ତି । ଯଦି ଆପଣ ଅଭିଯୁକ୍ତଙ୍କ ପିତାଙ୍କ ସହ ମଞ୍ଚରେ ବସନ୍ତି ତେବେ ପୀଡିତଙ୍କ ପରିବାର ସ୍ପଷ୍ଟ ହୋଇଯିବ ଯେ ଆପଣ ଏବେ ବି ଅଭିଯୁକ୍ତଙ୍କ ସହିତ ଅଛନ୍ତି । ଯାହା କୃଷି ଆନ୍ଦୋଳନରେ ଶହିଦ ହୋଇଥିବା ୭୦୦ରୁ ଅଧିକ ଚାଷୀଙ୍କ ପ୍ରତି ଘୋର ଅପମାନ । ଯଦି ଆପଣଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ତେବେ ଆଜି ମଞ୍ଚରେ ଆପଣ ଅଜୟ ମିଶ୍ରାଙ୍କ ସହ ବସନ୍ତୁ ନାହିଁ ବୋଲି  ଚିଠିରେ ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏହା ସହ କୃଷକ ଆନ୍ଦୋଳନ ସମୟରେ ଚାଷୀଙ୍କ ନାମରେ ହୋଇଥିବା ମକଦ୍ଦମାକୁ ପ୍ରତ୍ୟାହାର କରନ୍ତୁ ବୋଲି ମଧ୍ୟ ଚିଠିରେ ଲେଖିଛନ୍ତି ମୋଦି ।

 

Leave a Reply