ଆସନ୍ତା କାଲି ଭାରତ ବନ୍ଦ: ଜାଣନ୍ତୁ ଏହାକୁ ନେଇ ସମସ୍ତ ତଥ୍ୟ

1 min read

ଜିଦରେ ଅଟଳ ଚାଷୀ, ମନାଉଛନ୍ତି ସରକାର । ହେଲେ ବାହାରି ପାରୁନି ସମାଧାନର ବାଟ । ଦୀର୍ଘ ୧୨ ଦିନ ଧରି ଦିଲ୍ଲୀ ସୀମାରେ ଶୀତ କାକରରେ ବସିଛନ୍ତି ହଜାର ହଜାର ଚାଷୀ। ବିନା କୌଣସି ସଂଶୋଧନରେ ଆଇନ୍ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ଚାଷୀ ସଙ୍ଗଠନ। ବାରମ୍ବାର ସରକାରଙ୍କ ସହ ଆଲୋଚନା ପରେ ବି ବାହାରି ପାରୁନି ସମଧାନାର ବାଟ । ସେପଟେ ଆସନ୍ତା ୯ ତାରିଖରେ ସରକାର ଓ ଚାଷୀ ନେତାଙ୍କ ମଧ୍ୟରେ ପରବର୍ତ୍ତୀ ବୈଠକ ରହିଛି । ପ୍ରଥମେ ପଞ୍ଜାବ ଓ ହରିୟାଣା ଚାଷୀ ଆନ୍ଦୋଳନରେ ବସିଥିବା ବେଳେ ଏବେ ସାରା ଦେଶରୁ ବଢୁଛି ସମର୍ଥନ। ସେପଟେ ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ । ଆସନ୍ତାକାଲିର ବନ୍ଦକୁ ସଫଳ କରିବା ପାଇଁ ତମାମ ବିରୋଧି ଚାଷୀଙ୍କ ସହ ଛିଡା ହୋଇଛନ୍ତି । ୧୮ଟି ରାଜନୈତିକ ଦଳ ବନ୍ଦକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି । କଂଗ୍ରେସ୍, ଡିଏମକେ, ଏନସିପି, ସମାଜବାଦୀପାର୍ଟି ଆଦି ୧୮ଟି ରାଜନୈତିକ ଦଳ କୃଷକଙ୍କ ସମର୍ଥନରେ ବାହାରିଛି । ସମସ୍ତ ପାର୍ଟି ମୁଖ୍ୟାଳୟରେ କଂଗ୍ରେସ ନେତା ଓ କର୍ମୀ ଆନ୍ଦୋଳନ କରିବେ ବୋଲି ଦଳ କହିଛି । ଯଦି ସରକାର ଦାବି ନ ମାନନ୍ତି ତେବେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି କୃଷକ ସଂଗଠନ ।

୮ ତାରିଖ ଦିନ ରାଜଧାନୀ ସମେତ ସାରା ଓଡିଶାରେ ଅଖଚକ ବନ୍ଦ ରହିବ ବୋଲି କହିଛି ସଂଗଠନ । ଏନେଇ ଓଡ଼ିଶାବାସୀଙ୍କ ସମର୍ଥନ ଲୋଡିଛନ୍ତି ସଂଗଠନର କର୍ମକର୍ତ୍ତା । ସବୁ ସରକାରୀ ଓ ବେସରକାରୀ ଅଫିସ, ଯାନବାହାନ ଚଳାଚଳ ବନ୍ଦ ରଖିବା ସହ ଦିନଟିଏ ଚାଷୀଙ୍କୁ ସମର୍ଥନ କରିବାକୁ ସଂଗଠନ ନିବେଦନ କରିଛି । ରାଜଧାନୀ ଭୁବେନଶ୍ୱରରେ ବନ୍ଦକୁ କଡାକଡି ଭାବରେ ପାଳନ କରାଯିବା ବୋଲି ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ଟ୍ରାଫିକ ଗତିବିଧି ପାଇଁ ଦିଲ୍ଲୀ ପୋଲିସର ନିର୍ଦ୍ଦେଶ

ଦିଲ୍ଲୀ ଯାଉଥିବା ଲୋକଙ୍କୁ ନୋଏଡା ଲିଙ୍କ ରାସ୍ତା ବଦଳରେ DND ବ୍ୟବହାର କରିବାକୁ ପୋଲିସ ପରାମର୍ଶ ଦେଇଛି । ଗୌତମ ବୁଦ୍ଧ ଦ୍ୱାର ନିକଟରେ କୃଷକଙ୍କ ବିରୋଧ ଯୋଗୁଁ ନୋଏଡା ଲିଙ୍କ୍ ରାସ୍ତାରେ ଥିବା ଚିଲ୍ଲା ସୀମା ଯାତାୟତ ପାଇଁ ବନ୍ଦ ରହିଛି । କୃଷକଙ୍କ ବିରୋଧ ଯୋଗୁଁ ଗାଜିଆବାଦରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତାୟାତ ପାଇଁ ଏନଏଚ ୨୪ ରେ ଗାଜିପୁର ସୀମା ବନ୍ଦ ରହିଛି। ଲୋକଙ୍କୁ ଦିଲ୍ଲୀ ଆସିବା ପାଇଁ ଏନଏଚ ୨୪ ବଦଳରେ ଆପସରା / ଭୋପ୍ରା / DND ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି  ।

ଅନେକ ରାଜନୈତିକ ଦଳର ବନ୍ଦକୁ ସମର୍ଥନ

କଂଗ୍ରେସ, ଆପ୍, ଡିଏମକେ, ଶିବସେନା, କମଲ ହାସନଙ୍କ ଏମଏନଏମ, ବାମପନ୍ଥୀ ଦଳ, ଟିଏମସି ଏବଂ ଟିଆରଏସ ସମେତ ଅନେକ ରାଜନୈତିକ ଦଳ ଏହି ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କୁ ସମର୍ଥନ ଜଣଆଇଛନ୍ତି । ଏନଡିଏର ପ୍ରତିନିଧୀ ରାଷ୍ଟ୍ରିୟ ଲୋକନନ୍ତ ପାର୍ଟି ମଧ୍ୟ ଏହି ଡାକରାକୁ ସମର୍ଥନ କରିଛନ୍ତି ।

କୃଷି ଆଇନଗୁଡିକୁ ରଦ୍ଦ କରାଯାଇପାରିବ ନାହିଁ, ସଂଶୋଧନ କରାଯାଇପାରିବ: MoS କୃଷି

ରାଜ୍ୟ କୃଷି ମନ୍ତ୍ରୀ କୌଳାଶ ଚୌଧୁରୀ ରବିବାର ଦିନ ପୁଣି ଥରେ ଦୋହରାଇ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ତିନିଟି ଆଇନ ‘କୃଷକଙ୍କ ସପକ୍ଷରେ’ ଏବଂ ସେଗୁଡିକୁ ରଦ୍ଦ କରାଯିବ ନାହିଁ, ଯଦିଓ ସେମାନଙ୍କ ନିକଟରେ କୃଷି ଆଇନକୁ ସଂଶୋଧନ କରାଯାଇପାରେ ।

Leave a Reply