କ୍ୟାପିଟାଲ ହସ୍ପିଟାଲରେ ଯୋଗଦେବେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ପି.କେ ଦାଶ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ହେବ ସେଣ୍ଟର ଅଫ୍ ଏକ୍ସଲେନ୍ସ ଇନ୍ କାଡିଓଲୋଜି ଟ୍ରିଟମେଣ୍ଟ । ହୃଦରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ ପଦ୍ଧତି ଆପଣାଯିବ । ଆଜି କ୍ୟାପିଟାଲ ହସ୍ପିଟାଲର ହୃଦରୋଗ ବିଭାଗର ମୁଖ୍ୟ ଭାବେ ଯୋଗ ଦେଉଛନ୍ତି ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ଦାଶ । ଅପରାହ୍ନ ୪ଟାରେ ସେ ହସ୍ପିଟାଲରେ ଯୋଗଦେବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ଏହି ସମୟରେ ଉପସ୍ଥିତ ରହିବେ ।

କ୍ୟାପିଟାଲ ହସ୍ପିଟାଲରେ ଯୋଗଦେବା ପୂର୍ବରୁ ବେଙ୍ଗଳୁରୁ ସ୍ଥିତ ସତ୍ୟସାଇ ହୃଦରୋଗ ବିଜ୍ଞାନ ପ୍ରତିଷ୍ଠାନର ବିଭାଗୀୟ ମୁଖ୍ୟଥିଲେ ଡାକ୍ତର ଦାଶ ।  ପି.କେ ଦାଶଙ୍କ ଯୋଗଦାନ ପରେ କ୍ୟାପିଟାଲ ହସ୍ପିଟାଲରେ ହୃଦରୋଗ ସମ୍ବନ୍ଧୀୟ ଉନ୍ନତ ଚିକିତ୍ସା ପାଇପାରିବେ ରୋଗୀ । ଝଖ

Leave a Reply