ହୃଦଘାତରେ ପ୍ରାଣ ହରାଇଲେ ଜଣାଶୁଣା ଅଭିନେତ୍ରୀ

ନୂଆଦିଲ୍ଲୀ: ପୁଣି ଥରେ ଫିଲ୍ମଜଗତରୁ ଆସିଲା ଦୁଃଖ ଖବର । ଲଗାତର ଭାବେ ୪ଥର ହୃଦଘାତ ପରେ ପ୍ରାଣ ହରାଇଛନ୍ତି ବ୍ରାଜିଲର ଜଣାଶୁଣା ମଡେଲ ଓ ଅଭିନେତ୍ରୀ ଲୁଆନା ଆଣ୍ଡ୍ରାଡ୍ । ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୨୯ବର୍ଷ ବୟସ ହୋଇଥିଲା  ।ରିପୋର୍ଟ ମୁତାବକ ଅଭିନେତ୍ରୀ ଜଣଙ୍କ ଲୁଇମ ମେଡିକାଲରେ ବ୍ୟୁଇଟି ଲେପୋସେକସନ ସର୍ଜରୀ କରାଉଥିଲେ । ସର୍ଜରୀ ସମୟରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଅପରେସନ ବନ୍ଦ କରିଦିଆଯାଇଥିଲା । ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହୋଇ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।