ପୂଜା ସାରି ଫେରୁଥିବା ବେଳେ ଗୁଳିକାଣ୍ଡ, ଗୋଟିଏ ପରିବାରର ଦୁଇ ମୃତ

ପାଟଣା: ବିହାର ଲଖିସରାଇରେ ଅଭାବନୀୟ ଘଟଣା। ପ୍ରେମ ବ୍ୟାପାରକୁ ନେଇ ଗୁଳିକାଣ୍ଡରେ ୨ ମୃତ ୪ ଗୁରୁତର। ଛଟ୍ ପୂଜା ସାରି ଫେରୁଥିବାବେଳେ ଘଟିଛି ଏ ଗୁଳିକାଣ୍ଡ। ଆହତଙ୍କ ମଧ୍ୟରେ ୨ ମହିଳା ଅଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପରେ ପାଟଣା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁଳିକାଣ୍ଡର ଅଭିଯୁକ୍ତ ଆଶିଷ ଚୌଧୁରୀ ନାମକ ଯୁବକକୁ ଚିହ୍ନଟ କରିଛି ପାଟଣା ପୋଲିସ। ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ରେଡ୍ କରାଯାଉଛି। ଗୁଳିକାଣ୍ଡରେ ବ୍ୟବହୃତ ହତିଆରକୁ ଜବତ କରିଛି ପୋଲିସ । ପଞ୍ଜାବୀ ମୋହଲ୍ଲାରେ ଘଟିଥିଲା ଏ ଗୁଳିକାଣ୍ଡ।

ସୂଚନା ଅନୁସାରେ ଛଟ୍ ପୂଜା ସାରି ଗୋଟିଏ ପରିବାର ୬ ମହିଳା ଫେରୁଥିବାବେଳେ ଆଶିଷ ଗୁଳିମାଡ଼ କରିଥିଲା। ମୃତକଙ୍କ ମଧ୍ୟରେ ଅନ୍ୟ ଦୁଇ ଭାଇ ଅଛନ୍ତି। ଆହତଙ୍କ ମଧ୍ୟରେ ଦୁର୍ବୃତ୍ତ ପ୍ରେମ କରୁଥିବା ଯୁବତୀ ମଧ୍ୟ ଅଛନ୍ତି। ଗୁଳିମାଡ଼ ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତକୁ ଧରି ପଚରାଉଚରା କରୁଛି ପୋଲିସ।